ଜିନ୍ସ ପିନ୍ଧିବାକୁ ମନା କରିବାରୁ ସ୍ୱାମୀଙ୍କ ଜୀବନ ନେଲେ ସ୍ତ୍ରୀ
ସ୍ୱାମୀର ହାତ ଧରି ସାତ ଜନ୍ମର ସାଥୀ କରିଥିଲେ ସେହି ସ୍ୱାମୀକୁ ସବୁଦିନ ପାଇଁ ଜୀବନରୁ ମାରିଦେଲେ ସ୍ତ୍ରୀ । ତାହାର କାରଣ ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହେବେ । ସ୍ୱାମୀଙ୍କୁ ଏଥିପାଇଁ ମାରିଦେଲେ କାରଣ ସେ ତାଙ୍କୁ ଜିନ୍ସ ପିନ୍ଧିବାକୁ ମନା କଲେ ।
ନୂଆଦଲ୍ଲୀ: ପ୍ରତି ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଥାଏ । ହେଲେ ଏଠି ଝଗଡା ପୁରା ଚରମ ସୀମାରେ । ଏତେ ରାଗ ଯେଉଁ ସ୍ୱାମୀର ହାତ ଧରି ସାତ ଜନ୍ମର ସାଥୀ କରିଥିଲେ ସେହି ସ୍ୱାମୀକୁ ସବୁଦିନ ପାଇଁ ଜୀବନରୁ ମାରିଦେଲେ ସ୍ତ୍ରୀ । ତାହାର କାରଣ ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହେବେ । ସ୍ୱାମୀଙ୍କୁ ଏଥିପାଇଁ ମାରିଦେଲେ କାରଣ ସେ ତାଙ୍କୁ ଜିନ୍ସ ପିନ୍ଧିବାକୁ ମନା କଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡରେ ।

ସ୍ୱାମୀଙ୍କ ବୟସ 18, ଆଉ ସ୍ତ୍ରୀଙ୍କ ବୟସ 17 । ଦିନେ ସ୍ତ୍ରୀ ପୁଷ୍ପା ହେମ୍ୱ୍ରମ ମେଳାରୁ ଜିନ୍ସ କିଣି ଆଣିଥିଲେ । ଆଉ ଏହାକୁ ଦେଖି ରାଗିଗଲେ ସ୍ୱାମୀ ଆନ୍ଦୋଳନ ଟୁଡୁ । ତା ପରେ ଆରମ୍ଭ ହେଲା ଘମୋଘୋଟ ଲଢେଇ । ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ସ୍ତ୍ରୀଙ୍କ ଛୁରା ମାଡରେ ମଦ୍ୟପ ସ୍ୱାମୀ ବାଉଁଶ ବୁଦାରେ ପଡିଯାଇଥିଲା । ଏହାପରେ ତାଙ୍କ ପରିବାର ଲୋକ ହସ୍ପିଟାଲ ନେଇଥିଲେ । ସେଠାରେ ତାଙ୍କର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହାପରେ ମୃତ ଆନ୍ଦୋଳନ ଟୁଡୁଙ୍କ ପରିବାର ଲୋକ ଜାମତାରା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସ୍ଥାନୀୟ ଲୋକଙ୍କୁ ଏବିଷୟରେ ପଚରା ଉଚରା ଜାରି ରଖିଛି । ଏହାସହ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।












Click it and Unblock the Notifications