ମିଳିଲା ଝରାଫୁଲଙ୍କ ଶବ ବୁହା ହୋଇଥିବା ସେହି ସ୍କୁଟର
ଯାଜପୁର ପୋଲିସ ହାତରେ ଲାଗିଛି ମାମଲାରେ ସମ୍ପୃକ୍ତ ଥିବା ସେହି ସ୍କୁଟର । ଯାହା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁର ବୋଲି ଜଣାପଡିଛି ।
ଭୁବନେଶ୍ୱର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାର ଧିରେ ଧିରେ ଖୁଲାସା ହେବାରେ ଲାଗିଛି । ଯାଜପୁର ପୋଲିସ ହାତରେ ଲାଗିଛି ମାମଲାରେ ସମ୍ପୃକ୍ତ ଥିବା ସେହି ସ୍କୁଟର । ଯାହା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁର ବୋଲି ଜଣାପଡିଛି । ସେହି ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ବୋହି ଅଭିଯୁକ୍ତମାନେ ନେଇଥିଲେ ।

ଗତକାଲି ଭୁବନେଶ୍ୱରରେ ସିନ୍ ରିକ୍ରିଏସନ୍ ବେଳେ ରାକେଶ ସ୍ୱାଇଁ ଏହି ସ୍କୁଟର ସଂପର୍କରେ ସୂଚନା ଦେଇଥିଲେ। ତା'ପରେ ପୋଲିସ୍ ଏହାକୁ ଜବତ କରିଛି। ଭୁବନେଶ୍ୱର ପାଖ ସୁନ୍ଦରପଦା ନିକଟରୁ ଏକ ବୁଦା ମୂଳରୁ ସ୍କୁଟରଟିକୁ ଜବତ କରାଯାଇଛି। କିନ୍ତୁ ଏଯାଏ ରାକେଶଙ୍କ ସହଯୋଗୀ ପୋଲିସ୍ ହାତରେ ପଡ଼ି ନାହାନ୍ତି। ଝରାଫୁଲଙ୍କ ମୃତଦେହକୁ ସ୍କୁଟରରେ ବୋହି ନେଇ ବାଟରେ ଫିଙ୍ଗିବାରେ ସେ ରାକେଶଙ୍କୁ ସହଯୋଗ କରିଥିଲେ।

ଝରାଫୁଲଙ୍କ ମୃତ୍ୟୁ ଘଟଣାରେ ଏକାଧିକ ସିସିଟିଭି ଫୁଟେଜ୍ ମିଳିଛି। ସେଥିରେ ଏକ ସ୍କୁଟରକୁ ବାରମ୍ବାର ଦେଖିବାକୁ ମିଳିଛି। ରାକେଶ ସ୍ୱାଇଁକୁ ପୋଲିସ୍ 3 ଦିନ ରିମାଣ୍ଡରେ ଆଣିଥିବା ବେଳେ ଆଜି ହେଉଛି ଏହାର ଶେଷ ଦିନ। ତେବେ ଏଯାଏଁ ଝରାଫୁଲଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।












Click it and Unblock the Notifications