ଝରାଫୁଲ ମୃତ୍ୟୁ ମାମଲା: ରାକେଶ ମୋବାଇଲରୁ ହେବ ରସହ୍ୟର ଖୁଲାସା
ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତଥା ଝାରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ମୋବାଇଲରୁ ମିଳିପାରେ ସବୁ ରହସ୍ଯ । ଆଜି ରାକେଶର ମୋବାଇଲକୁ ଜବତ କରିଛି ଯାଜପୁର ଥାନ ପୋଲିସ ।
ଭୁବନେଶ୍ୱର: ଆରଡି ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାର ଖୋଲିବ ରହସ୍ୟ । ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତଥା ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ମୋବାଇଲରୁ ମିଳିପାରେ ସବୁ ରହସ୍ଯ । ଆଜି ରାକେଶର ମୋବାଇଲକୁ ଜବତ କରିଛି ଯାଜପୁର ଥାନ ପୋଲିସ ।
ଗୁରୁବାର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଶୁକ୍ରବାର ପୁଣି ଜେଲ୍ ଯାଇଛି ରାକେଶ । ତେବେ ଏହି 3 ଦିନ ତଦନ୍ତ ବେଳେ ଘଟଣାରେ ଅନେକ ସତ୍ୟ ସାମ୍ନାକୁ ଆସି ସାରିଛି । କ୍ରାଇମ ସିନ ରିକ୍ରିଏଟ, ସମ୍ପୃକ୍ତ ସ୍କୁଟର ଜବତ, ଝରାଫୁଲଙ୍କ ନକଲି ସାଙ୍ଗ ସୋନାଲିର ପତ୍ତା ମିଳିବା ପରି ଘଟଣାରା ଅନେକ ମୋଡ ଏବେ ସାମ୍ନାକୁ ଆସି ସାରିଛି । ମାତ୍ର ରାକେଶର ସାଙ୍ଗ ଶେଖର ଏପର୍ଯ୍ୟନ୍ତ ଫରେରା ଅଛି । ତେବେ ରାକେଶର ମୋବାଇଲ ଜବତ ହେବା ପରେ ଶେଖରର ପତ୍ତା ମିଳିବା ସହ ଅନ୍ୟ ଦିଗଗୁଡିକର ମଧ୍ୟ ଖୁଲାସା ହେବ ବୋଲି କୁହାଯାଉଛି ।

ଅନ୍ୟପଟେ ରାକେଶର ଲାଏ ଡିଟେକସନ୍ ଟେଷ୍ଟ କରାଯାଇପାରେ ବୋଲି ସୂଚନା ରହିଛି । ସେପଟେ ରାକେଶର ସାନ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ କୁଆଖିଆ ଥାନାକୁ ଡକାଯାଇ ପଚରାଉଚରା କରାଯାଇଛି ।
ତେବେ ଝରାଫୁଲଙ୍କ ମୃତ୍ୟୁ ଘଟଣାକୁ ଏହାରି ଭିତରେ ୯ ଦିନ ବିତି ସାରିଲାଣି । ହେଲେ ଏପର୍ଯ୍ୟନ୍ତ ଘଟଣାର ମୂଳରେ ପହଞ୍ଚି ପାରିନାହିଁ ପୋଲିସ । ଝରାଫୁଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ସାରିଥିବା ବେଳେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଘଟଣାରେ ପୁଣି ଥରେ ରାକେଶକୁ ରିମାଣ୍ଡରେ ନେବାପାଇଁ ପୋଲିସ ଆବେଦନ କରିପାରେ ।












Click it and Unblock the Notifications