ବିହାରରେ JDU ନେତାଙ୍କୁ ଗୁଳିକରି ହତ୍ୟା
JDU leader shot dead in Bihar: ଲୋକସଭା ନିର୍ବାଚନ ପୂର୍ବରୁ ବିହାରରେ ହିଂସା । ବିଚ୍ ରାସ୍ତାକେ JDU ନେତାଙ୍କୁ ଗୁଳିକରି ହତ୍ୟା । ଆଜି ସକାଳୁ ସୌରଭ କୁମାର ବଜାରରୁ ଘରକୁ ଫେରିବା ବେଳେ ଦୁଇଟି ବାଇକରେ ୪ ଜଣ ଦୃବୁତ୍ତ ଆସି ସେମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ ।
ଏପରି ଘଟଣା ବିହାର ରାଜଧାନୀ ପାଟନା ସହରରେ ଘଟିଛି । ସୌରଙ୍କ ହତ୍ୟା ପରେ ଚଳଚଞ୍ଚଳ ବିହାର ରାଜନିତୀ । କୁହାଯାଉଛି ଯେ, ସୌରଭ ଜେଡିୟୁର ଜଣେ ଆଗ ଧାଡ଼ିର ନେତା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଖାସ ଥିଲେ ।

ସୂଚନା ଅନୁସାରେ, ସୌରଭଙ୍କ ମୁଣ୍ତକୁ ଅତି ନିକଟରୁ ଗୁଳି ମାଡ଼ କରାଯିବା କାରଣରୁ ତାଙ୍କକ ମୃତ୍ୟୁ ଘଟିଥିଲା । ଅନେପଟେ ଗୁରୁତର ଅବସ୍ଥାରେ ସୌରଭଙ୍କ ବନ୍ଧୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୁନପୁନ ଥାନା ଅଧିକାରୀ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯିବା ସତ୍ୱେ ଏପରି ଘଟଣା ଘଟିଛି ଯାହାକୁ ନେଇ ସବୁଠି ଚହଳ ସୃଷ୍ଟି ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରି ନାହିଁ ।












Click it and Unblock the Notifications