ଅନ୍ତର୍ଜାତୀୟ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ
ବିବାଦରେ ଅଲମ୍ପିଆନ ବୀରେନ୍ଦ୍ର ଲାକ୍ରା । ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ । ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ରାଉରକେଲା: ବିବାଦରେ ଅଲମ୍ପିଆନ ବୀରେନ୍ଦ୍ର ଲାକ୍ରା । ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ । ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଆନନ୍ଦ ଟପ୍ପୋଙ୍କୁ ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେଙ୍କ ସହ ମିଶି ସେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ମୁତାବକ, ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଫ୍ଲାଟ୍ରେ ରହୁଥିଲେ ବୀରେନ୍ଦ୍ର, ଆନନ୍ଦ ଓ ମନଜିତ୍। ତେବେ ମନଜିତ୍ଙ୍କୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୀରେନ୍ଦ୍ର, ମନଜିତ୍ ଏବଂ ଅନ୍ୟ ଜଣେ ବ୍ୟକ୍ତି ଏକାଠି ହୋଇ ଆନନ୍ଦଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ବୀରେନ୍ଦ୍ର ଜଣେ ଅନ୍ତର୍ଜାତୀୟ ଖେଳାଳୀ ରହିଥିବାରୁ ଏବଂ ପୋଲିସ ଡିଏସପି ଭାବେ କାମ କରିଥିବାରୁ ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ ହୋଇଛି ।
ସୂଚନାନୁସାରେ, ଫେବ୍ରୁଆରୀ ୨୮ ତାରିଖରେ ଝୁଲନ୍ତା ଅବସ୍ଥାରେ ଆନନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯେଉଁ ଫ୍ଲାଟରୁ ଆନନ୍ଦଙ୍କ ମୃତଦେହ ମିଳିଥିଲା ତାହା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ରହିଛି । ବୀରେନ୍ଦ୍ର ଓ ଆନନ୍ଦ ପିଲାଦିନର ବନ୍ଧୁ ଥିଲେ । ଉଭୟ ଗୋଟିଏ ଝିଅକୁ ଭଲ ପାଉଥିଲେ । ସେହି କାରଣରୁ ଏଭଳି ଘଟଣା ଘଟିଛି ବୋଲି ଆନନ୍ଦଙ୍କ ପରିବାର ଲୋକେ କହିଛନ୍ତି । ଫେବ୍ରୁଆରୀ ୧୬ ତାରିଖରେ ଆନନ୍ଦଙ୍କ ବିବାହ ହୋଇଥିଲା । ଏବେ କାହିଁକି ସେ ଆତ୍ମହତ୍ୟା କରିବ ବୋଲି ଆନନ୍ଦଙ୍କ ବାପା, ମାଆ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଇନଫୋସିଟି ଥାନା ଅପମୃତ୍ୟୁ ମାମଲା ଦାୟର କରିଛି ।












Click it and Unblock the Notifications