ଲଣ୍ଡନରେ ଭାରତୀୟ ଛାତ୍ରୀଙ୍କୁ ଛୁରୀ ଭୁଷି ହତ୍ୟା
ନୂଆଦିଲ୍ଲୀ: ଲଣ୍ଡନରେ ରହି ପାଠ ପଢୁଥିବା ହାଇଦ୍ରାବାଦର ୨୭ ବର୍ଷୀୟ ଛାତ୍ରୀ କୌତମ ତେଜସ୍ୱନୀଙ୍କୁ ବ୍ରାଜିଲର ଜଣେ ନାଗରିକ ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରିଛନ୍ତି । ତେବେ ଘଟଣାରେ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଥିବା ସୂଚନା ରହିଥି । ଘଟଣା ସ୍ଥଳରେ ହିଁ ତେଜସ୍ୱନୀଙ୍କର ମୃତ୍ୟୁ ହୋଇଯାଇଛି ।

ହାଇଦ୍ରାବାଦରେ ରହୁଥିବା ତେଜସ୍ୱନୀଙ୍କର ଜଣେ ସଂପର୍କୀୟ ଭାଇ ବିଜୟଙ୍କ କହିବା ମୁତାବକ ଅଭିଯୁକ୍ତ ଜଣଙ୍କ ବ୍ରାଜିଲର ନାଗରିକ । ଗୋଟିଏ ସପ୍ତାହ ପୂର୍ବରୁ ଅଭିଯୁକ୍ତ ଜଣଙ୍କ ସେଠାକୁ ରହିବାକୁ ଆସିଥିଲା । ସେଠାରେ ତେଜସ୍ୱନୀ ମଧ୍ୟ ତାଙ୍କ ବନ୍ଧୁଙ୍କ ସହ ରହୁଥିଲେ । କୁହାଯାଉଛି କି ତେଜସ୍ୱନୀ ମାଷ୍ଟର ଡିଗ୍ରୀ ପାଇଁ ଗତବର୍ଷ ମାର୍ଚ୍ଚ ମାସରେ ଲଣ୍ଡନ ଯାଇଥିଲେ ।
ସେହିପରି ମେଟ୍ରୋପଲିଟନ ପୋଲିସର କହିବା ମୁତାବକ ତେଜସ୍ୱନୀଙ୍କୁ ହତ୍ୟା କରିଥିବା ସନ୍ଦେହରେ ଜଣେ ମହିଳା ଓ ଜଣେ ପୁରଷଙ୍କୁ ଗିରଫ କରାଯାଇଛି । ପୁରଷ ଜଣଙ୍କ ଏବେ ପୋଲିସ ହେପାଜତରେ ଥିବା ବେଳେ ମହିଳା ଜଣଙ୍କୁ ପୋଲିସ ଛାଡି ଦେଇଛି ।
ସେପଟେ ମେଟ୍ରୋପଲିଟନ ପୋଲିସ ମୁତାବକ ଏହି ଆକ୍ରମଣରେ ଅନ୍ୟ ଜଣେ ୨୮ ବର୍ଷୀୟ ଯୁବତୀ ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ବିପଦ ମୁକ୍ତ ଥିବା ପୋଲିସ୍ କହିଛି। ଲଣ୍ଡନ ମେଟ୍ରୋପଲିଟାଣ୍ଟ ପୋଲିସ୍ କହିଛି ଯେ ଘଟଣା ଜୁନ ୧୩ରେ ଘଟିଛି ।












Click it and Unblock the Notifications