ପୁଅ-ବୋହୂଙ୍କୁ ବାପା ଜାଳିଦେବା ଘଟଣା: ଚାଲିଗଲା ବୋହୂଙ୍କ ଜୀବନ
ପୁଅ-ବୋହୂଙ୍କୁ ବାପା ଜାଳିଦେବା ଘଟଣାରେ ଗୁରୁତର ବୋହୂ ଆଖି ବୁଜିଛନ୍ତ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତା ରାଉତ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଏଣେ ପୁଅ ମୃତ୍ୟୁ ସହ ସଂଘର୍ଷ କରୁଥିବା କୁହାଯାଉଛି।
କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତା ରାଉତ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଏଣେ ପୁଅ ମୃତ୍ୟୁ ସହ ସଂଘର୍ଷ କରୁଥିବା କୁହାଯାଉଛି। ତେଣେ ଅଭିଯୁକ୍ତ ପିତା ବି ପୋଡ଼ି ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
କଟକ ଜିଲ୍ଲା ଗୋଡ଼ିସାହି ପାଣ୍ଡି ଅଧୀନ ବାରଶିଙ୍ଗା ଗ୍ରାମରେ ପାରିବାରିକ କଳହ ଭୟଙ୍କର ରୂପ ନେଇଥିଲା। ପୁଅ-ବୋହୂଙ୍କୁ ବାପା ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଦମ୍ପତିଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଡାକ୍ତରଖାନାର ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଲୋକେ ଏବାବଦରେ ଜାଣି ପୁଅ ଓ ବୋହୂକୁ ଗୁରୁତର ଅବସ୍ଥାର ଉଦ୍ଧାର କରିଥିଲେ। ଦମ୍ପତିଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ କହିଛି ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ବୃଦ୍ଧ ଦୀନବନ୍ଧୁ ମଧ୍ୟ ଆଂଶିକ ପୋଡ଼ି ଯାଇଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।












Click it and Unblock the Notifications