ବେଆଇନ୍ ସିମ୍ ବକ୍ସ ମାମଲା: ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚି ଅଭିମୁଖେ ସ୍ପେଶାଲ୍ ସ୍କ୍ୱାଡ୍

ସିମ୍‌ ବକ୍ସ ଖୋଳତାଡ଼ । ରାଞ୍ଚି ଗଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚି ଅଭିମୁଖେ ସ୍ପେଶାଲ୍ ସ୍କ୍ୱାଡ୍ । ଭୁବନେଶ୍ବର, କଟକ ପରେ ରାଞ୍ଚିରେ ସିମ୍‌ବକ୍ସ ତଥ୍ୟ ପରେ ଛାନଭିନ୍ ।

୫ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି କମିଶନରେଟ୍ ପୋଲିସ । ମାଷ୍ଟରମାଇଣ୍ଡ ଅସଦୂରକୁ ଧରିବାକୁ ଇଣ୍ଟରପୋଲ ସହାୟତା ନିଆଗଲା । ଆତଙ୍କବାଦୀ ଲିଙ୍କ୍‌ ସନ୍ଦେହରେ ଭୁବନେଶ୍ବରରେ NIA ପହଞ୍ଚିଥିବା ସୂଚନା । ଭୁବନେଶ୍ବର ଓ କଟକରୁ ୧୨ଟି ସିମ୍ ବକ୍ସ ଜବତ କଲାଣି ପୋଲିସ ।

ସିମ ବକ୍ସର ରାଞ୍ଚି ଲିଙ୍କ୍। ଖୋଲୁଛି ବେଆଇନ ସିମ ବକ୍ସ କାରବାର ଗୁମର। ଓଡ଼ିଶା ବାହାରକୁ ଲମ୍ବିଛି ସିମ୍ ବକ୍ସର ଚେର। ବାଂଲାଦେଶୀ ମାଷ୍ଟରମାଇଣ୍ଡ ସହ ପରିଚୟ ଓ କାରବାରର ତଥ୍ୟ ଓଗାଳୁଛି ରାଜୁ ମଣ୍ଡଳ। ଆଜି ରାଜୁ ମଣ୍ଡଳ ରିମାଣ୍ଡର ତୃତୀୟ ଦିନ । କମିଶନରେଟ ପୋଲିସର ସ୍ଵତନ୍ତ୍ର ଟିମ ରାଜୁକୁ ରାଞ୍ଚି ନେଉଛି । ସେଠାରେ ରହିଛି ଅତଙ୍କି ଆଡା ନମ୍ବର ତିନ। ସେଠାରୁ ସିମ୍ ବାକ୍ସ ସେଟ୍ ଅପ୍ ବକ୍ସ ସହ ଅନେକ ଟେରର ମୋଡ୍ୟୁଲ ର ଖୁଲସା ହେବ।

Illegal SIM box case

୫ଦିନିଆ ରିମାଣ୍ଡର ଦ୍ବିତୀୟ ଦିନରେ ବେଆଇନ ସିମ ବକ୍ସ ନେଇ ବହୁ ଚାଞ୍ଚଲ୍ୟକର ତଥ୍ୟ ଓଗାଳିଛି ଅଭିଯୁକ୍ତ ରାଜୁ ମଣ୍ଡଳ। ଭୁବନେଶ୍ବର ଓ କଟକରୁ ମୋଟ ୧୨ଟି ସିମ ବକ୍ସ ଜବତ ହୋଇଛି । ଏଥିରେ ୪୮୧ଟି ଆକ୍ଟିଭ ସିମ ରହିଛି। ୮୧୦ଟି ଷ୍ଟାଣ୍ଡବାଇ ସିମ୍ ରହିଛି। ଅର୍ଥ କାରବାରର ବିବରଣୀ ପାଇଁ ମୋବାଇଲ କଂପାନୀ ଓ ବ୍ୟାଙ୍କମାନଙ୍କୁ ଯୋଗାଯୋଗ କରିବ ତଦନ୍ତକାରୀ ଟିମ୍ । ଅଭିଯୁକ୍ତ ରାଜୁ ନାଁରେ ୩ଟି ବ୍ୟାଙ୍କ ଆକାଉଣ୍ଟ ରହିଥିବା ବେଳେ ତା ମାଆଙ୍କ ନାଁରେ ଗୋଟିଏ ଆକାଉଣ୍ଟ ରହିଛି। ସବୁଗୁଡ଼ିକ ପଶ୍ଚିମବଙ୍ଗରେ ରହିଛି। ଏହାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଟିମ୍ ।

ବିଦେଶରୁ କେମିତି ଫୋନ୍ କରାଯାଉଛି?
ସାଇବର ବିଶେଷଜ୍ଞ ଲିଙ୍ଗରାଜ ସେଠୀ କହିଛନ୍ତି, ଯଦି ଆପଣ 'ଟିପି ଲିଙ୍କ୍' ରାଉଟର ବ୍ୟବହାର କରୁଛନ୍ତି, ତେବେ ଟିପି ସ୍ମାର୍ଟ ଆପ୍ ଡାଉନ୍‌ଲୋଡ କରିବାକୁ ପଡ଼ିବ । ଅନ୍ୟ ସଂସ୍ଥାର ରାଉଟର ପାଇଁ ଭିନ୍ନ ଭିନ୍ନ ଆପ୍ଲିକେସନ ମଧ୍ୟ ରହିଛି । କେହି ମଧ୍ୟ ଏସୀୟ ଦେଶରୁ ଆପଣଙ୍କୁ ଫୋନ୍ କଲେ, ଏଥପାଇଁ '+୯୧' ସହ ୧୦ ଅଙ୍କ ବିଶିଷ୍ଟ ଫୋନ ନମ୍ବର ଟିପିବାକୁ ପଡିବନି । ଉକ୍ତ ଆପ୍‌ରେ ବିଭିନ୍ନ ଦେଶ ପାଇଁ ଭିନ୍ନ ଭିନ୍ନ କୋଡ୍ ରହୁଛି । ଏହି କୋକୁ ଚିପି ଆପ୍ ଯୋଗେ ଆପଣଙ୍କୁ ଫୋନ୍ କଲେ, ଏହା ସିଧାସଳଖ ସିମ୍ ବକ୍ସରେ ଖଞ୍ଜାଯାଇଥିବା ସିମ୍ଵାର୍ଡର ସ୍ଥାନୀୟ ନେଟୱର୍କ ସହ ସଂଯୋଗ ହେବ । ଆପଣଙ୍କ ଫୋନ୍ ବାଜି ଉଠିବ । ଆପଣ ଘଣ୍ଟା ଘଣ୍ଟା ଧରି କଥା ହୋଇପାରିବେ । କିନ୍ତୁ ଆପଣଙ୍କ ମୋବାଇଲ୍‌ରେ ସିମ୍ ବକ୍ସରେ ଖଞ୍ଜାଯାଇଥିବା ସିମ୍‌କାର୍ଡର ନମ୍ବର ହିଁ ଦେଖାଯିବ । ଯାହାକି, ବେନାମୀ ସିମ୍ଵାର୍ଡ । ଫଳରେ କେଉଁଠୁ ଏହି ଫୋନ୍ ଆସିଛି, ତାହା ଠାବ ହୋଇପାରିବନି

ଭିଓଆଇପିର ବେଆଇନ ବ୍ୟବହାର
ହ୍ଵାଟସ୍‌ଆପ୍, ମେସେଞ୍ଜର, ଗୁଗୁଲ ମିଟ୍ ଭଳି ଆପ୍ଲିକେସନରେ 'ଭଏସ୍ ଓଭର ଇଣ୍ଟରନେଟ୍ ପ୍ରୋଟୋକଲ' (ଭିଓଆଇପି) ମାଧ୍ୟମରେ ଇଣ୍ଟରନେଟ୍ ଫୋନ୍ କରିହେଉଛି । ସମାନ ଢ଼ଙ୍ଗରେ ସିମ୍ବକ୍ସରେ ଇଣ୍ଟରନେଟ୍ ଫୋନ୍ ହେଉଛି । ବିପୁଳ ଏସ୍ଏସ୍ଏସ୍ ଯୋଗେ ଲକ୍ଷ ଲକ୍ଷ ମେସେଜ ଏକାବେଳକେ ପଠାଯାଇପାରୁଛି । କିନ୍ତୁ ଏହା ବେଆଇନ୍ । ଏସବୁ ଇଣ୍ଟରନେଟ୍ ଫୋନ୍ କଲ୍‌ରେ ଅଡିଓ ବାର୍ତ୍ତା ରେକର୍ଡିଂ ହୋଇପାରିବନି । ଆଇପି ଠିକଣା ଜଣାପଡ଼ିବନି । ଯେଉଁଥୂପାଇଁ ଆତଙ୍କୀ ସଂଗଠନ ଓ ସାଇବର ଅପରାଧୀ ସିମ୍ବକ୍ସକୁ ବେଆଇନ ଭାବେ ଲୁଚାଛପାରେ ବ୍ୟବହାର କରୁଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+