ଭୁବନେଶ୍ୱରରେ ପହଞ୍ଚିଲା IFSଙ୍କ ପୁଅ : ଥରେ ନଜର ପକାନ୍ତୁ; ଜଳକା କରିଦେବ ସମ୍ପତ୍ତିର ତାଲିକା
ଚର୍ଚ୍ଚାରେ ରହିଥିବା କୋଟିପତି ପିସିସିଏଫ୍ ଅଭୟ ପାଠକଙ୍କ ପୁଅକୁ ପୁନେରୁ ଆଣିଛି ଭିଜିଲାନ୍ସ ।
ଭୁବନେଶ୍ୱର : ଚର୍ଚ୍ଚାରେ ରହିଥିବା କୋଟିପତି ପିସିସିଏଫ୍ ଅଭୟ ପାଠକଙ୍କ ପୁଅକୁ ପୁନେରୁ ଆଣିଛି ଭିଜିଲାନ୍ସ । ଅଭୟଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଭିଜିଲାନ୍ସ ଟିମ୍ ପୁନେରୁ ଆଣି ପହଞ୍ଚିଛି । ତାଙ୍କୁ ସମ୍ପତ୍ତି ଠୁଳ ନେଇ ପଚରାଉଚରା କରାଯିବ । ଆକାଶଙ୍କ ଠାରେ ବହୁ ପରିମାଣର ଅର୍ଥ, ଏକାଧିକ ଦାମୀ ଗାଡ଼ି ଓ ସଂପତ୍ତି ରହିଥିବା ଭିଜିଲାନ୍ସ ସୂଚନା ପାଇଥିବାରୁ ତାଙ୍କୁ ଏବାବଦରେ ଅଧିକ ପଚରାଉଚରା କରାଯିବ ବୋଲି ଜଣାପଡିଛି ।
ଭିଜିଲାନ୍ସ ଚଢାଉ ସମୟରେ ଆଜି ଦ୍ୱିତୀୟ ଦିନରେ ଯେଉଁ ତାଲିକା ସାମ୍ନାକୁ ଆସିଛି ତାହା ବହୁତ ଲମ୍ବା । ଭୁବନେଶ୍ୱର, ପୁନେ, ଉଦୟପୁରରେ ଏହି ଚଢାଉ ସମୟରେ ଘରୁ ମିଳିଛି ପ୍ରାୟ 60 ଲକ୍ଷ ଟଙ୍କା । ସେହିପରି 8 ଶହ ଗ୍ରାମର ସୁନା ଅଳଙ୍କାର ସହିତ 23 ଲକ୍ଷ ଟଙ୍କାର ସୁନା ଗହଣା କିଣାଯାଇଥିବାର କାଗଜପତ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ ।
ଅପରପକ୍ଷରେ ଅଭୟଙ୍କ ପୁଅ ଆକାଶର ଆକାଉଣ୍ଟରେ 9.4 କୋଟି ଟଙ୍କା ଜମା ହୋଇଛି । ଏହି ଟଙ୍କା ମଧ୍ୟରୁ କେବଳ ଭୁବନେଶ୍ୱରରେ ଜମା ହୋଇଛି 8.4 କୋଟି ଟଙ୍କା । ଅଧିକାଂଶ ଟଙ୍କା ସହିଦନଗର ଓ ନୟାପଲ୍ଲୀରେ ଥିବା ଏଟିଏମ୍ ମାଧ୍ୟମରେ ଜମା ହୋଇଛି । ଆକାଶ ନାଁରେ ତିନୋଟି ଦାମୀ ଗାଡ଼ି ମଧ୍ୟ ରହିଛି । ସେଗୁଡିକ ହେଲା ମର୍ସିଡିଜ୍, ବିଏମଡବ୍ଲୁ ଓ ଟାଟା ହାରିୟର ।

ସେହିପରି ତିନୋଟି ୟାମାହା ଏଫଜେଡ୍ଏସ୍ ମୋଟର ସାଇକେଲ୍ ମଧ୍ୟ ଆକାଶ ନାଁରେ ରହିଛି । କେବଳ ସେତିକି ନୁହେଁ ସୌଖିନ ମିଜାଜର ଆକାଶ 2ଟି ମର୍ସିଡିଜ ସମେତ 3ଟି ଗାଡି ପୁନେରେ ଭଡ଼ାରେ ନେଇଥିବା ମଧ୍ୟ ଜଣାପଡିଛି । ଗାଡ଼ି ଭଡ଼ା ବାବଦକୁ ଖର୍ଚ୍ଚ ହୋଇଛି 25 ଲକ୍ଷ ଟଙ୍କା । ସେହିପରି ଫ୍ଲାଟ୍ ଓ ଘର ଭଡ଼ ବାବଦକୁ ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୁମ୍ବାଇର ତାଜମହଲ ପ୍ୟାଲେସ ହୋଟେଲରେ ବିଲ୍ ଦିଆଯାଇଛି 90 ଲକ୍ଷ ଟଙ୍କା । ଉଦୟପୁର ତାଜଲେକ୍ ପ୍ୟାଲେସରେ ଆଡଭାନ୍ସ ବାବଦକୁ ଦିଆଯାଇଛି 20 ଲକ୍ଷ ଟଙ୍କା । ଚାଟାର୍ଡ ଫ୍ଲାଇଟରେ ଭ୍ରମଣରେ ଖର୍ଚ୍ଚ ହୋଇଛି 3 କୋଟି ଟଙ୍କା । ମାଲେସିଆ, ହଂକ, ୟୁନାଇଟେଡ୍ କିଙ୍ଗଡମ୍, ୟୁନାଇଟେଡ୍ ଆରବ ଏମିରେଟସ, ମାସଡିବିସକୁ ଭ୍ରମଣ କରିଥିବା ମଧ୍ୟ ତଥ୍ୟ ପାଇଛି ଭିଜିଲାନ୍ସ । ପୁନେ, ଭୁବନେଶ୍ୱର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର ଏବଂ ଦିଲ୍ଲୀକୁ ମଧ୍ୟ ଚାଟାର୍ଡ ଫ୍ଲାଇଟରେ ଭ୍ରମଣ କରିଥିବା ସୂଚନା ମିଳିଛି । ଏହାବାଦ୍ ମୋଟା ଅଙ୍କର କାରବାର ପାଇଁ କିଛି ବେନାମୀ ଆକାଉଣ୍ଟ କରିଥିଲେ କି ନାହିଁ । ସେନେଇ ମଧ୍ୟ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ ।












Click it and Unblock the Notifications