ପାଠକ ବାପ-ପୁଅ ଗିରଫ : ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର
ଦୁଇ ଦିନରେ ସମ୍ପତ୍ତି ଖୋଳତାଡ ପରେ ଶେଷରେ ଗିରଫ ହୋଇଛନ୍ତି ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ।
ଭୁବନେଶ୍ୱର : ଦୁଇ ଦିନରେ ସମ୍ପତ୍ତି ଖୋଳତାଡ ପରେ ଶେଷରେ ଗିରଫ ହୋଇଛନ୍ତି ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ । ପାଠକ ବାପ-ପୁଅକୁ ଭିଜିଲାନ୍ସ ଗିରଫ କରିବା ପରେ ଭୁବନେଶ୍ୱରରେ ଥିବା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାରେ ଭିଜିଲାନ୍ସ ଅଭୟଙ୍କ ପୁତୁରା ଓ ଡ୍ରାଇଭରକୁ ଅଟକ ରଖିଛି । ଏହିମାନଙ୍କ ନାଁରେ ଅନେକ ପୋତା ସମ୍ପତ୍ତି ବେଆଇନ୍ ଭାବରେ ରହିଥିବା ଭିଜିଲାନ୍ସ ସୁରାକ ପାଇଛି ।













Click it and Unblock the Notifications