ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: 4 ନାବାଳକ ଅଭିଯୁକ୍ତଙ୍କୁ ମିଳିଲା ଜାମିନ
ହାଇଦ୍ରାବାଦ ଜୁବଲି ହିଲ ନାବାଳିକା ଗଣଦୁଷ୍କର୍ମ ମାମଲାରେ 4 ନାବାଳାକ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍ । ଜୁଭିନାଇଲ ଜଷ୍ଟିସ ବୋର୍ଡ ଏମାନଙ୍କୁ 50 ଦିନ ପରେ ଜାମିନ୍ ପ୍ରଦାନ କରିଛନ୍ତି ।
ହାଇଦ୍ରାବାଦ: ହାଇଦ୍ରାବାଦ ଜୁବଲି ହିଲ ନାବାଳିକା ଗଣଦୁଷ୍କର୍ମ ମାମଲାରେ 4 ନାବାଳାକ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍ । ଜୁଭିନାଇଲ ଜଷ୍ଟିସ ବୋର୍ଡ ଏମାନଙ୍କୁ 50 ଦିନ ପରେ ଜାମିନ୍ ପ୍ରଦାନ କରିଛନ୍ତି । ଏମାନଙ୍କୁ ଗିରଫ କରି ପୋଲିସ ସଇଦାବାଦ ବାଳ ସୁଧାର ଗୃହରେ ରଖିଥିଲା । 4 ଜଣ ଜାମିନ ପାଇବା ପରେ ଘରକୁ ଫେରିଥିବା ବେଳେ ଜଣେ ନାବାଳକ ଏବେ ବି ସୁଧାର ଗୃହରେ ଅଛନ୍ତି। ତେବେ ତାଙ୍କ ଜାମିନ ଆବେଦନ ତେଲେଙ୍ଗାନା ହାଇକୋର୍ଟରେ ବିଚାର ହେବ। ଏନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ଏହି ଗଣ ଦୁଷ୍କର୍ମ ଘଟଣାରେ ମୋଟ୍ 6 ଜଣ ଅଭିଯୁକ୍ତ ସାମିଲ ଥିଲେ। ପୋଲିସ୍ ସବୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏମାନଙ୍କ ଭିତରୁ 5 ନାବାଳକ ଅଭିଯୁକ୍ତଙ୍କ ସହ ଜଣେ ମାତ୍ର ପ୍ରାପ୍ତବୟସ୍କ ଅଭିଯୁକ୍ତ ମଧ୍ୟ ରହିଛି । ଅଭିଯୁକ୍ତ ସଦୁଦ୍ଦିନ ମଲ୍ଲିକର ଜାମିନ ପୂର୍ବରୁ ଖାରଜ ହୋଇସାରିଥିବା ବେଳେ ସେ ଏବେ ଜେଲରେ ଅଛି ।
ଏହି ଘଟଣାରେ ରାଜନେତା ତଥା ବିଧାୟକଙ୍କ ନାବାଳକ ପୁଅ ସାମିଲ ଥିବାରୁ ରାଜ୍ୟ ସମେତ ଦେଶରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । 17 ବର୍ଷୀୟା ନାବାଳିକାକୁ କାରରେ ଲିଫ୍ଟ ଦେବା ବାହାନାରେ ଏଭଳି ଅମାନୁଷିକ କାଣ୍ଡ ଭିଆଇ ଥିଲେ ଅଭିଯୁକ୍ତ ମାନେ।












Click it and Unblock the Notifications