Get Updates
Get notified of breaking news, exclusive insights, and must-see stories!

ଭୟଙ୍କର ହତ୍ୟାକାଣ୍ତ: ଜୀବନ ନେଲା, ପ୍ରେସର କୁକୁରରେ ଶବ ସିଝାଇଲା ନୃଶଂସ ସ୍ୱାମୀ

Hyderabad Brutual Murder: ତେଲେଙ୍ଗାନାର ଭୟଙ୍କର ହତ୍ୟାକାଣ୍ତ । ପ୍ରଥମେ ନିଜ ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କଲେ ଏହା ପରେ ଖଣ୍ତଖଣ୍ତ କରି କାଟି ସୈଇତାନ ସ୍ୱାମୀ ଶରୀରର କଟା ଖଣ୍ତକୁ ପ୍ରେସର କୁକୁରରେ ସିଝାଇ ହତ୍ୟାର ୪ ଦିନ ପରେ ହ୍ରଦରେ ମୃତଦେହ ପକାଇଥିଲେ ନୃଶଂସ ସ୍ୱାମୀ । ଏପରି ଘଟଣା ରାଜଧାନୀ ହାଇଦ୍ରାବାଦ ସଂଲଗ୍ନ ରଙ୍ଗାରେଡ୍ଡି ଜିଲ୍ଲାରେ ଘଟିଛି ।

ରିପୋର୍ଟ ଅନୁସାରେ, ୪୫ ବର୍ଷୀୟ ଗୁରୁ ମୂର୍ତ୍ତି ନାମକ ଜଣେ ବ୍ୟକ୍ତି ନିଜ ୩୫ ବର୍ଷୀୟା ପତ୍ନୀ ଭେଙ୍କଟା ମାଧବୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ଏନେଇ ତଦନ୍ତ ଆରମ୍ଭ ହେବା ପରେ ନିଜ ଦୋଷକୁ ପୋଲିସ ସାମ୍ନାରେ ସ୍ୱିକାର କରିଛି ସୈତାନ ସ୍ବାମୀ ।

Hyderabad Brutual Murder

ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ବାସିନ୍ଦା ଗୁରୁ ମୂର୍ତ୍ତି (୪୫) ସେନାରୁ ଅବସର ନେବା ପରେ ହାଇଦ୍ରାବାଦର ଡିଆରଡିଓରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ସେ ତାଙ୍କ ପତ୍ନୀ ଭେଙ୍କଟ ମାଧବୀ (୩୫) ଏବଂ ଦୁଇ ପିଲାଙ୍କ ସହିତ ମୀରପେଟର ନ୍ୟୁ ଭେଙ୍କଟେଶ୍ୱର ନଗର କଲୋନୀରେ ରହୁଥିଲେ।

ତଦନ୍ତରୁ ଜଣାପଡିଛି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗି ରହୁଥିଲା । ଗୁରୁ ମୂର୍ତ୍ତି ଜାନୁଆରୀ ୧୮ ତାରିଖରେ ମାଧବୀଙ୍କ ପରିବାରକୁ ତାଙ୍କ ନିଖୋଜ ବିଷୟରେ ଜଣାଇଥିଲେ, ଯାହା ପରେ ମାଧବୀଙ୍କ ପରିବାର ମୀରପେଟ୍ ପୋଲିସ ଷ୍ଟେସନରେ ଏକ ନିଖୋଜ ରିପୋର୍ଟ ଦାୟର କରିଥିଲେ। ଏହି ସମୟ ମଧ୍ୟରେ ଗୁରୁ ମୂର୍ତ୍ତି ସମ୍ପୂର୍ଣ୍ଣ ଅଜ୍ଞ ବୋଲି ଅଭିନୟ କରିଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କୁ ଖୋଜିବାରେ ମଧ୍ୟ ସାହାଯ୍ୟ କରିଥିଲେ।

ଏହି ସମୟରେ, ପୋଲିସ ଗୁରୁ ମୂର୍ତ୍ତିଙ୍କ ଉପରେ ସନ୍ଦେହ କରି ହେପାଜତକୁ ନେଇଥିଲା ଏବଂ ପଚରାଉଚରା ଆରମ୍ଭ କରିଥିଲା । ଯାହା ପରେ ସୈତାନ ସ୍ୱାମୀ ନିଜ ଦୋଷ ସ୍ୱିକାର କରିଥିଲା । ଅବସରପ୍ରାପ୍ତ ଯବାନ ଜଣକ ନିଜ ଭୁଲ ସ୍ୱିକାର କରିବା ସହ କହିଛନ୍ତି, ଝଗଡ଼ା ପରେ ସେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଏହା ପରେ, ମୃତଦେହକୁ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇବା ପରେ ହ୍ରଦରେ ଫିଙ୍ଗି ଦେଇଥିଲେ । ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+