ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀ-ପୁଅକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ରାଜଧାନୀରେ ଚାଞ୍ଚଲ୍ୟ । ସ୍ତ୍ରୀ-ପୁଅକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଘଟଣା ଘଟିବାର କିଛି ସମୟ ପରେ ଧରାପଡ଼ିଛି ଅଭିଯୁକ୍ତ ସ୍ୱାମୀ ।

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ସ୍ତ୍ରୀ-ପୁଅକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଘଟଣା ଘଟିବାର କିଛି ସମୟ ପରେ ଧରାପଡ଼ିଛି ଅଭିଯୁକ୍ତ ସ୍ୱାମୀ ।

crime

ତମାଣ୍ଡୋ ଥାନା ଅଧିକ କଳିଙ୍ଗ ନଗର କେ-୪ ଫୋର ଅଞ୍ଚଳରେ ଏକ ଘର ଭିତରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ ସ୍ୱର୍ଣ୍ଣଲତା ମଙ୍ଗରାଜ। ସ୍ୱର୍ଣ୍ଣଲତା ଓ ତାଙ୍କ ୯ ବର୍ଷର ପୁଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲା ମହିଳାଙ୍କ ସ୍ୱାମୀ ଅବନ୍ତୀ ମଙ୍ଗରାଜ।

ଘଟଣାସ୍ଥଳରେ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ମଧ୍ୟ ସ୍ପଷ୍ଟରେ ପହଞ୍ଚିଛନ୍ତି । ଘରକୁ ଲକ୍ କରି ପୋଲିସ ତଦନ୍ତ କରୁଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ମହିଳାଙ୍କ ସ୍ୱାମୀ ହିଁ ହତ୍ୟା କରିଛି । ପୁଅ ଓ ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ ଭଣଜାକୁ ମୋବାଇଲରେ ହତ୍ୟା କରିଥିବା ନେଇ ମେସେଜ୍ ପଠାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଅଟକ ରଖିଥିବା ଡିସିପି ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+