ସାନିଟାଇଜର ପକାଇ ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ

Odisha Crime :Husband Set His Wife On Fire For 3Lakhsସାନିଟାଇଜର ପକାଇ ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ

ବ୍ରହ୍ମପୁର: ଟଙ୍କା ପାଇଁ ବଳିପଡିଲା ସ୍ୱାମୀସ୍ତ୍ରୀର ସମ୍ପର୍କ । ସୁରକ୍ଷା ଦେବା ଦଳରେ ପତ୍ନୀର ଜୀବନ ନେବା ପାଇଁ ଚେଷ୍ଟା କଲା ସ୍ୱାମୀ ସାନିଟାଇଜର ଢାଳି ସ୍ତ୍ରୀକୁ ଜାଳିଲା ସ୍ୱାମୀ । ପ୍ରଥମେ ଛାତରୁ ଧକ୍କା ମାରି ତଳକୁ ପକାଇ ପାଇଁ ଚେଷ୍ଟା କରିବା ପରେ ସେଥିରେ ବିଫଳ ହେବାରୁ ନିଜ ପତ୍ନୀଙ୍କ ଦେହରେ ସାନିଟାଇଜର ଢାଳି ନିଆଁ ଲଗାଇଦେଲେ। ସୌଭାଗ୍ୟବଶଃତ ମହିଳା ଜଣଙ୍କ ଜୀବନ ବଞ୍ଚିଯାଇଛି । ହେଲେ ତାଙ୍କ ଦେହର ୩୦ ପୋଡିଯାଇଛି । ଏପରି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ । ଗୁରୁତରଜଣକ ହେଲେ ମହୁଡ଼ା ଗାଁର ମାଝୀ ସାହିର ସଞ୍ଜୟ ପ୍ରଧାନଙ୍କ ସ୍ତ୍ରୀ ରିତା ପ୍ରଧାନ । ରିତା ଏବେ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

crime

ବିବାହ ପରଠାରୁ ଯୌତୁକ ପାଇଁ ସଞ୍ଜୟ ପତ୍ନୀ ରିତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ରିତାଙ୍କ ପରିବାର ଲୋକ । ୩ ଲକ୍ଷ ଟଙ୍କା ଆଣିବାକୁ ସଞ୍ଜୟ ପତ୍ନୀ ରିତାଙ୍କୁ ନିର୍ଯାତନା ଆରମ୍ଭ ଦେଉଥିଲେ । ଏ ନେଇ ୨୦୧୯ରେ ମହିଳା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ରିତା । ହେଲେ ମହିଳା ଥାନା ପକ୍ଷରୁ ଘଟଣାକୁ ଗୁରୁତ୍ୱ ଦିଆଯାଇନଥିଲା । ସଞ୍ଜୟଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ମଧ୍ୟ ନିଆଯାଇ ନଥିଲା ।

ରୀତା ଶଶୁର ଘରେ ରହୁଥିଲେ ପୂର୍ବରୁ ମଧ୍ୟ ସଞ୍ଜୟ ତାଙ୍କୁ ଅନେକ ଥର ଜୀବନରୁ ମାରିବା ପାଇଁ ଚେଷ୍ଟା କରିଛନ୍ତି । ହେଲେ ଗତକାଲି ସନ୍ଧ୍ୟାରେ ପ୍ରଥମେ ରିତା ଘର ଛାତ ଉପରେ ଥିବା ସମୟରେ ସଞ୍ଜୟ ତାଙ୍କୁ ସେଠାରୁ ଧକ୍କା ଦେଇ ମାରିଦେବାକୁ ଚେଷ୍ଟା କରିଥିଲେ । ସେଥିରୁ ବିଫଳ ହେବାରୁ ରୋଷେଇ ଘରେ ରିତାଙ୍କ ଶରୀରରେ ସାନିଟାଇଜର ଢାଳି ନିଆଁ ଲଗାଇଥିଲେ। ଯାହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ୩୦ ପ୍ରତିଶତ ପୋଡ଼ିଯାଇଛି। ଖବର ପାଇ ରିତାଙ୍କ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଛନ୍ତି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ୨୦୧୮ରେ ରିତା ସଞ୍ଜୟଙ୍କ ସହ ବିବାହ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+