Get Updates
Get notified of breaking news, exclusive insights, and must-see stories!

ସ୍ୱାମୀ ବିକିଦେଲା ସ୍ତ୍ରୀ କିଡନୀ

MALKANGIR: Husband Secretly Sells Wife's Kidney For Money.ସ୍ୱାମୀ ବିକିଦେଲା ସ୍ତ୍ରୀ କିଡନୀ

ମାଲକାନଗିରି: କିଛିଟା ଟଙ୍କା ପାଇଁ ସୈତାନ ସାଜିଲା ସ୍ୱାମୀ । ବିଶ୍ୱାସରେ ବିଷ ଦେଇ ସ୍ୱାମୀ ସ୍ତ୍ରୀର ପବିତ୍ର ସଂପର୍କକୁ ଭୁଲିଗଲା ସୈତାନ ସ୍ୱାମୀ । ଚିକିତ୍ସା ବାହାନାରେ ଡାକ୍ତରଖାନା ନେଇ ସ୍ୱାମୀ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ପତ୍ନୀ । ମାଲକାନଗିରି ଟାଉନଥାନା ଅଞ୍ଚଳରୁ ଆସିଛି ଏପରି ସଂଗୀନ ଅଭିଯୋଗ । ସ୍ତ୍ରୀର କିଡନୀ ବିକିଦେଇ ଅନ୍ୟ ଜଣେ ମହିଳାଙ୍କ ସହ ରହୁଛନ୍ତି ପ୍ରସାନ୍ତ ନାମକ ବ୍ୟକ୍ତି ।

wife

ସୂଚନା ଅନୁସାରେ ମାଲକାନଗିରି କୋତାମେଟା ଗାଁର ଝିଅ ରଞ୍ଜିତା ୧୨ ବର୍ଷ ପୂର୍ବେ ସେହି ଗାଁର ପ୍ରଶାନ୍ତ କୁଣ୍ଡୁଙ୍କୁ ସହ ପ୍ରେମ ବିବାହ କରିଥିଲେ । ବିବାହ ପରେ କିଛି ବର୍ଷ ଉଭୟଙ୍କ ମଧ୍ୟ ସବୁ କିଛି ଠିକ୍ ଥିଲା ହେଲେ ସମୟ ବିତିବା ସବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ପାରିବାରିକ କଳହ ଦେଖାଦେଇଥିଲା । ହେଲେ ଛୋଟ ଛୋଟ ଘର କଳି ପାଇଁ ଆଜି ସ୍ତ୍ରୀ ରଞ୍ଜିତାଙ୍କୁ ଏକେ କଷ୍ଟ ସହିବା ପାଇଁ ପଡିବ ବୋଲି ସେ କେବେ ସ୍ୱପ୍ନରେ ମଧ୍ୟ ଚିନ୍ତା କରି ନଥିବେ । ପ୍ରଶାନ୍ତଙ୍କ ପ୍ରେମରେ ଛଳନାକୁ ବୁଝି ପାରିନଥିଲେ ରଞ୍ଜିତା ।

୨୦୧୮ ମସିହାରେ ଚିକିତ୍ସା କରିବାକୁ କହି ରଞ୍ଜିତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା ଆଣିଥିଲେ ସ୍ୱାମୀ ପ୍ରଶାନ୍ତ। ଯୋଜନା ମୁତାବକ MV-38 ଗାଁର ଅସିମ ହାଲଦାରଙ୍କ ଦେହରେ ରଞ୍ଜିତାଙ୍କ କିଡନୀ ପ୍ରତିରୋପଣ କରି ମୋଟା ଅଙ୍କର ଟଙ୍କା ନେଇଥିଲେ ସ୍ୱାମୀ ପ୍ରଶାନ୍ତ । ଏହା ପରେ ନିଜ ଘରେ ରହୁଥିଲେ ରଞ୍ଜିତା କୁଣ୍ଡୁ ହେଲେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ସେ ଡାକ୍ତରଖାନାରେ ଦେଖାଇବା ପରେ ଜାଣିଥିଲେ ଯେ ତାଙ୍କର ଗୋଟେ କିଡନୀ ନାହିଁ ବୋଲି । ଏପଟେ ନିଜ ଅସୁସ୍ଥ ସ୍ତ୍ରୀକୁ ଛାଡି ଅନ୍ୟ ମହିଳାଙ୍କ ସହ ରହୁଥିଲେ ପ୍ରଶାନ୍ତ । ଏବେ ନିଜ ବୃଦ୍ଧ ବାପା ଓ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍ୱାମୀଙ୍କ ନାଁରେ ଏକ ଏତଲା ଦେଇଛନ୍ତି ରଞ୍ଜିତା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+