ନିଜ ସ୍ତ୍ରୀକୁ ଭାତରନ୍ଧା ଚଟୁରେ ପିଟିପିଟି ହତ୍ୟା କଲା ସ୍ୱାମୀ

Husband Kills Wife :ଭାତରନ୍ଧା ଚଟୁରେ ସ୍ତ୍ରୀର ମୁଣ୍ଡକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ମୟୂରଭଞ୍ଜ : ଅଗ୍ନୀକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ପରସ୍ପର ହାତ ଧରିଥିଲେ ଉଭୟ । ମାତ୍ର ସାଧାରଣ ପାରିବାରିକ କଳହର ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀର ହତ୍ୟା କଲା ସ୍ୱାମୀ । ଭାତରନ୍ଧା ଚଟୁରେ ସ୍ତ୍ରୀର ମୁଣ୍ଡକୁ ପିଟିପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ମେର୍ଦା ପଞ୍ଚାୟତ ଅଧୀନ ସାତପଉଟିଆ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏପରି ଘଟଣା ଦେଖିବା ପାଇଁ ମିଳିଛି । ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ବୈଶିଙ୍ଗା ଥାନାରେ ଆତ୍ମସମର୍ପଣ କରିଛି । ମୃତା ମହିଳା ଜଣକ ହେଲେ (୩୫) ବର୍ଷୀୟା ମାଳତୀ ସିଂ ଏବଂ ଅଭିଯୁକ୍ତ ସ୍ୱାମୀ ହେଉଛି କାର୍ତ୍ତିକ ସିଂ (୪୦) ।

murder

ସୂଚନା ଅନୁସାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ, ଯୁକ୍ତିତର୍କ ହୋଇଥିଲା । ଏଥିରେ ହଠାତ ଉତ୍ୟକ୍ତ ହୋଇ ନିଷ୍ଠୁର ସ୍ୱାମୀ କାର୍ତ୍ତିକ ସ୍ତ୍ରୀ ମାଳତୀ ସିଂଙ୍କ ମୁଣ୍ତକୁ ଭାତରନ୍ଧା ଚଟୁରେ ବାରମ୍ବାର ମାରିବା ଆରମ୍ବ କରିଥିଲା । ଯେଉଁଥି ପାଇଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀ ମୃତ୍ୟୁ ପରେ ରାତି ପ୍ରାୟ ୨ଟା ପାଖାପାଖି କାର୍ତ୍ତିକ ବୈଶିଙ୍ଗା ଥାନାକୁ ଆସି ଆତ୍ମସମର୍ପଣ କରିଥିଲା । ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ପାରିବାରିକ ହିଂସା ଏବଂ ହତ୍ୟାକାଣ୍ଡ ଜନିତ ଦଫାରେ ୨୧୯ ନମ୍ବରରେ ଏକ ମାମଲା କରିବା ସହ ତଦନ୍ତ ଆରମ୍ଭ କରାଯାଇଥିଲା । ଅଭିଯୁକ୍ତ ସ୍ୱାମୀ କାର୍ତ୍ତିକର ସ୍ୱାସ୍ଥ୍ୟ ପରୀକ୍ଷା କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ଖାରଚ ହେବା ପରେ ତାକୁ ବାରିପଦାସ୍ଥିତ ବିଚାରବିଭାଗୀୟ ହାଜତକୁ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+