ସ୍ତ୍ରୀ ପାଖରେ ଶୋଇଥିଲା ପ୍ରେମିକ, ଅଧରାତିରେ ଦେଖିଦେଲା ସ୍ୱାମୀ : ଏହାପରେ ଘଟିଲା କିଛି ଏଭଳି

ରାତିରେ ସ୍ତ୍ରୀକୁ ପ୍ରେମିକ ପାଖ ପାଇ ସ୍ୱାମୀ କଟୁରୀରେ ଆକ୍ରମଣ କଲା । ଘଟଣାସ୍ଥଳରେ ପ୍ରେମିକର ମୃତ୍ୟୁ ହେଲା, ସ୍ତ୍ରୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲା

କରଞ୍ଜିଆ : ବିବାହିତ ମହିଳାଙ୍କୁ ଭଲ ପାଇ ବାସିଲା ଯୁବକ । ମହିଳା ଜଣଙ୍କ ଥିଲେ ଗର୍ଭବତୀ । ତଥାପି ପ୍ରେମିକ ସହ ଫେରାର୍ ହୋଇ ଗର୍ଭନଷ୍ଟ କଲା । ଆଉ ପୁଣି ଫେରି ବି ଆସିଲା । ସ୍ୱାମୀର ଅନୁପସ୍ଥିତିରେ ଘଟି ଯାଇଥିବା ଏହି ଘଟଣା ଯେତବେଳେ ଜଣାପଡିଲା ରକ୍ତମୁଖା ହେଇଗଲା ସ୍ୱାମୀ । ରାତିରେ ସ୍ତ୍ରୀକୁ ପ୍ରେମିକ ପାଖ ପାଇ ସ୍ୱାମୀ କଟୁରୀରେ ଆକ୍ରମଣ କଲା । ଘଟଣାସ୍ଥଳରେ ପ୍ରେମିକର ମୃତ୍ୟୁ ହେଲା, ସ୍ତ୍ରୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲା । ସିନେମା କାହାଣୀ ପରି ଲାଗୁଥିବା ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଦୁଧିଆଣି ଗ୍ରାମପଞ୍ଚାୟତ ବୁଢୀଗାଁ ଗାଁରେ । ହତ୍ୟାକାଣ୍ଡର ଶିକାର ହୋଇଥିବା ପ୍ରେମିକ ହେଲା ଫୁଟା ଦେହୁରୀ ।
କ'ଣ ରହିଥିଲା ପୁରା ଘଟଣା ?
ବୁଢ଼ୀଗାଁ ଗ୍ରାମର ରୁପା ହେମ୍ବ୍ରମ ଆଜିକୁ ତିନି ବର୍ଷ ପୂର୍ବରୁ ପାର୍ବତୀ ହେମ୍ବ୍ରମକୁ ବିବାହ କରିଥିଲା । ଦୁଧିଆଣି ରେଞ୍ଜ ମହାବୀରଶାଳ ସେକ୍ସନ କାର୍ଯ୍ୟାଳୟ ଅନ୍ତର୍ଗତ ରିଜର୍ଭ ଜଙ୍ଗଲରେ ବନବିଭାଗ କାର୍ଯ୍ୟରେ ନିୟୋଜିତ ଥିଲା ରୂପା । ଦିନବେଳା ଘରେ ଲୋକେ ଅନୁପସ୍ଥିତ ରହୁଥିବା ସୁଯୋଗରେ ଉକ୍ତ ଗ୍ରାମର ଫୁଟେ ଦେହୁରୀ ନାମକ ଜଣେ ଯୁବକ ପାର୍ବତୀକୁ ଭଲ ପାଇ ତାକୁ ବାହା ହେବା ପାଇଁ ରାଜି କରାଇ ନେଇଥିଲା ।

ଅପରାଧ

ଗତ ବୁଧବାର ଅପରାହ୍ନ ସମୟରେ ରୁପା ଘରେ ଥିବା ସମୟରେ ଗ୍ରାମର କିଛି ଲୋକଙ୍କ ଉପସ୍ଥିତିରେ ଫୁଟେ ପାର୍ବତୀକୁ ନେଇ ଫେରାର ହୋଇଯାଇଥିଲା । ଶୁକ୍ରବାର ଦିନ ପାର୍ବତୀର ଗର୍ଭକୁ ନଷ୍ଟ କରିଦେଇଥିବା ନେଇ ଫୁଟେ ରୁପାକୁ କହିଥିଲା । ଏହାକୁ ନେଇ ରୁପା ପ୍ରତିଶୋଧ ପରାୟଣ ହୋଇଉଠିଥିଲା । ସୋମବାର ରାତିରେ ପାର୍ବତୀ ଓ ଫୁଟେ ଶୋଇଥିବା ସମୟରେ ରୁପା ଏକ କଟୁରୀ ଦ୍ୱାରା ସେମାନଙ୍କୁ ଆକ୍ରମଣ କରିଥିଲା । ପାର୍ବତୀର ଓଠ ଓ ଡାହାଣ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ଘଟଣା ସ୍ଥଳରେ ଫୁଟେର ମୃତ୍ୟ ହୋଇଥିଲା । ଖବରପାଇ ଘଟଣାସ୍ଥଳରେ କରଞ୍ଜିଆ ପୁଲିସ ପହଞ୍ଚି ରୁପାକୁ ଗିରଫ କରିଥିଲା । ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ମଧ୍ୟ ଜବତ କରିଛି ପୁଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+