କେମିତି ମା' ପାଖରୁ ଉଭାନ ହେଇଗଲା ପୁଅ ? ନରବଳି ନା ଅଙ୍ଗତସ୍କରୀ ପାଇଁ ଷଡ଼ଯନ୍ତ୍ର ?

ନରବଳି ନା ଅଙ୍ଗତସ୍କରୀ ? ଏବେ ସବୁଠୁ ବଡ ପ୍ରଶ୍ନ । କେମିତି ମା' ପାଖରୁ ଉଭାନ ହେଇଗଲା ପୁଅ। ଆଉ ମିଳିଲା ଟା ମୃତଦେହ। ପୁଣି ମୃତଦେହର କିଛି ଅଙ୍ଗ ନ ଥିବା କିଛି କୁହାଯାଇଛି। ତେବେ ଯଦି ମୃତଦେହର କିଛି ଅଙ୍ଗ ନାହିଁ ତେବେ କଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏହା ଭିତରେ ସାମ୍ନାକୁ ଦୁଇଟି ଦିଗ ଆସୁଛି।

ଯଦି ସତରେ ଅଙ୍ଗ ନ ଥିବ, କଣ ବଳି ଦିଆଗଲା ପରେ ଅଙ୍ଗ ନିଆଯାଇଛି ନା ବିନା ବଳିରେ ଏପରି ହୋଇଛି। ଯଦି ଅଙ୍ଗତସ୍କରୀ ହେଉଛି ଏହା ପଛରେ କୋଉ ରାକେଟ ଅଛି ତାହା ବି ପ୍ରଶ୍ନବାଚୀ। ସେପଟେ ବଳି ଦିଆଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

HUMAN_SACRIFICE

ଏହାରି ଭିତରେ ଗାଁରେ ଥିବା ମନ୍ଦିରକୁ ପ୍ରଶାସନ ସିଲ୍ କରିଛି। ଏହି ମନ୍ଦିରରୁ ସୁରଗ ମିଳିବାର ଆଶଙ୍କା ରହିଛି। ଏହି ଘଟଣା ପଛରେ ଏକ ବଡ଼ ଧରଣର ଅଙ୍ଗ ଚାଲାଣ ରାକେଟ୍ କାମ କରୁଥିବା ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଅନୁଗୁଳ ଏସପି କହିଛନ୍ତି ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଅଧିକ ତଥ୍ୟ ହାସଲ ଲାଗି SCB ଏଫଏମଟି ବିଭାଗର ସହଯୋଗ ଲୋଡ଼ାଯାଇଛି। ବଳି ଦିଆଯାଇଥିବା ସନ୍ଦେହକୁ ଏଡ଼ାଇ ଦିଆଯାଇନପାରେ ବୋଲି ଏସପି କହିଛନ୍ତି।

ଘଟଣା ଦିନ ଅର୍ଥାତ୍ ଗତ ଶନିବାର ରାତିରେ ରୀତାଞ୍ଜଳି ପ୍ରକୃତରେ କେଉଁଠି ଥିଲେ ? ମଙ୍ଗଳା କୋଠୀକୁ ମୃତ ନାବାଳକ ଓ ତା ମାଆକୁ କିଏ ଡାକିଥିଲା ସେ ନେଇ ଚାଲିଛି ତଦନ୍ତ । କେଉଁ ପରିସ୍ଥିତିରେ ରାତିରେ ସଞ୍ଜୀବ କେମିତି ଘର ବାହାରକୁ ଗଲା ? ଏହି ସବୁର ତଦନ୍ତ କରି ତାକୁ ସାମ୍ନାକୁ ଆଣିବା ପାଇଁ ପୋଲିସ ଚେଷ୍ଟା ଚଳାଇଛି।

ତେବେ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଏଭିଡ଼େନ୍ସ ମିଳିବା ପରେ ଏହା ସ୍ପଷ୍ଟ ହେବ । ଗତକାଲି ୪ ଜଣଙ୍କୁ ପୋଲିସ ଗିରଫ କରିଥିଲା। ମଙ୍ଗଳା ଠାକୁରାଣୀଙ୍କ ସାଧିକାଙ୍କ ସହ ତାଙ୍କ ୩ ପୁଅଙ୍କୁ ପୋଲିସ ଗିରଫ କରିଥିଲା ।

ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ପୁଲିସ ଟୁସର ଗାଁର ରୀତାଞ୍ଜଳି ବାଘ, ତାଙ୍କ ୩ ପୁଅ ସୌମ୍ୟ ରଞ୍ଜନ ବାଘ, ଦିବ୍ୟରଞ୍ଜନ ବାଘ ଓ ଜ୍ୟୋତିରଞ୍ଜନ ବାଘ । ପାରିପାର୍ଶ୍ୱିକ ସ୍ଥିତି ଏବଂ ଆଖପାଖ ଲୋକଙ୍କ ବୟାନ ଆଧାରରେ ଟୁସର ଗାଁର ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ ଓ ତିନି ପୁଅକୁ ଗିରଫ କରିଛି ପୋଲିସ ।

ଅଭିଯୋଗ ଅନୁସାରେ, ଅନୁଗୁଳ ଜିଲ୍ଲା ସୁବର୍ଣ୍ଣପୁର ଗାଁର ସ୍ୱର୍ଗତ ଭକ୍ତ ବିଶ୍ୱାଳଙ୍କ ପୁଅ ସଞ୍ଜିତଙ୍କ କିଛି ଦିନ ହେଲା ଦେହ ଅସୁସ୍ଥ ଥିଲା । । ଦେହ ସବୁବେଳେ ଖରାପ ହେଉଥିବାରୁ ତାଙ୍କ ମାଆ ବାସନ୍ତୀ ବିଶ୍ୱାଳ ଗତ ୨୨ ତାରିଖରେ ଟୁସର ଗାଁର ରୀତାଞ୍ଜଳି ବାଘଙ୍କ ପାଖକୁ ନେଇଥିଲେ ।

ରୀତାଞ୍ଜଳି ଗାଁର। ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରୁଛନ୍ତି । ମା ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ସୁସ୍ଥ ହୋଇଯିବ ବୋଲି ରୀତାଞ୍ଜଳି କହିଥିଲେ । ପରେ ମଙ୍ଗଳାଙ୍କ କୋଠିରେ ସଞ୍ଜିତ ରାତିରେ ଅଧିଆ ପଡ଼ିଥିଲେ ।

ତାଙ୍କ ମା ଅନ୍ୟ ଏକ କୋଠରିରେ ଶୋଇଥିଲେ । ହେଲେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅକୁ ପାଇନଥିଲେ । ପୁଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲେ । ପରେ ଏନେଇ କିଆକଟା ଥାନାରେ ଅଭିଯୋଗ ହୋଇଥିଲା ।

ପୋଲିସକୁ ଖବର ଦେବା ପରେ ନାବାଳକର ହାତ, ଗୋଡ କଟା ମୃତଦେହ ଉଦ୍ଧାର କରିଥିଲା । ଥାନାରେ ଏତଲା ଦେବାର ୫ ଦିନ ପରେ ମଧ୍ୟ ପୋଲିସ ନିଖୋଜ ନାବାଳକର ସନ୍ଧାନ ପାଇ ନଥିଲା ବେଳେ, ୨୮ ତାରିଖ ଦିନ ଜଙ୍ଗଲରୁ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+