ନାବାଳକକୁ ନରବଳି ଅଭିଯୋଗ: ମନ୍ଦିରକୁ ସିଲ କଲା ପ୍ରଶାସନ, ଗାଁରେ ପୋଲିସ ମୁତୟନ

ଅନୁଗୁଳ : ଅନୁଗୁଳ ଆଠମଲ୍ଲିକରେ ନାବାଳକକୁ ନରବଳି ଅଭିଯୋଗ ଘଟଣାରେ ପୋଲିସର ତନାଘନା । ମନ୍ଦିରକୁ ସିଲ କରିଛି ପ୍ରଶାସନ। ଗତକାଲି ୪ ଜଣଙ୍କୁ ପୋଲିସ ଗିରଫ କରିଥିଲା। ମଙ୍ଗଳା ଠାକୁରାଣୀଙ୍କ ସାଧିକାଙ୍କ ସହ ତାଙ୍କ ୩ ପୁଅଙ୍କୁ ପୋଲିସ ଗିରଫ କରିଥିଲା ।

ତେବେ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଏଭିଡ଼େନ୍ସ ମିଳିବା ପରେ ଏହା ସ୍ପଷ୍ଟ ହେବ । ମାତ୍ର ଯେଉଁ ପରିସ୍ଥିତିରେ ଘଟଣା ଘଟିଛି ଓ ପାରିପାଶ୍ୱିର୍କ ଚିତ୍ର ନରବଳି ଆଡ଼କୁ ଇସାରା କରୁଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ପୁଲିସ ଟୁସର ଗାଁର ରୀତାଞ୍ଜଳି ବାଘ, ତାଙ୍କ ୩ ପୁଅ ସୌମ୍ୟ ରଞ୍ଜନ ବାଘ, ଦିବ୍ୟରଞ୍ଜନ ବାଘ ଓ ଜ୍ୟୋତିରଞ୍ଜନ ବାଘ । ପାରିପାର୍ଶ୍ୱିକ ସ୍ଥିତି ଏବଂ ଆଖପାଖ ଲୋକଙ୍କ ବୟାନ ଆଧାରରେ ଟୁସର ଗାଁର ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ ଓ ତିନି ପୁଅକୁ ଗିରଫ କରିଛି ପୋଲିସ ।

seal

ଘଟଣାଟି ହେଲା, ଅନୁଗୁଳ ଜିଲ୍ଲା ସୁବର୍ଣ୍ଣପୁର ଗାଁର ସ୍ୱର୍ଗତ ଭକ୍ତ ବିଶ୍ୱାଳଙ୍କ ପୁଅ ସଞ୍ଜିତଙ୍କ କିଛି ଦିନ ହେଲା ଦେହ ଅସୁସ୍ଥ ଥିଲା । । ଦେହ ସବୁବେଳେ ଖରାପ ହେଉଥିବାରୁ ତାଙ୍କ ମାଆ ବାସନ୍ତୀ ବିଶ୍ୱାଳ ଗତ ୨୨ ତାରିଖରେ ଟୁସର ଗାଁର ରୀତାଞ୍ଜଳି ବାଘଙ୍କ ପାଖକୁ ନେଇଥିଲେ ।

ରୀତାଞ୍ଜଳି ଗାଁର। ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରୁଛନ୍ତି । ମା ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ସୁସ୍ଥ ହୋଇଯିବ ବୋଲି ରୀତାଞ୍ଜଳି କହିଥିଲେ । ପରେ ମଙ୍ଗଳାଙ୍କ କୋଠିରେ ସଞ୍ଜିତ ରାତିରେ ଅଧିଆ ପଡ଼ିଥିଲେ । ତାଙ୍କ ମା ଅନ୍ୟ ଏକ କୋଠରିରେ ଶୋଇଥିଲେ । ହେଲେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅକୁ ପାଇନଥିଲେ । ପୁଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲେ । ପରେ ଏନେଇ କିଆକଟା ଥାନାରେ ଅଭିଯୋଗ ହୋଇଥିଲା ।

ପୋଲିସକୁ ଖବର ଦେବା ପରେ ନାବାଳକର ହାତ, ଗୋଡ କଟା ମୃତଦେହ ଉଦ୍ଧାର କରିଥିଲା । ଥାନାରେ ଏତଲା ଦେବାର ୫ ଦିନ ପରେ ମଧ୍ୟ ପୋଲିସ ନିଖୋଜ ନାବାଳକର ସନ୍ଧାନ ପାଇ ନଥିଲା ବେଳେ, ୨୮ ତାରିଖ ଦିନ ଜଙ୍ଗଲରୁ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+