ନାବାଳକକୁ ନରବଳି ଅଭିଯୋଗ : ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ଅନୁଗୁଳ : ଅନୁଗୁଳ ଆଠମଲ୍ଲିକରେ ନାବାଳକକୁ ନରବଳି ଅଭିଯୋଗ ଘଟଣାର ତନାଘନା । ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ୬ ଜଣଙ୍କୁ କିଆକଟା ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପୂର୍ବରୁ ଟୁସର ଗାଁର ରୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅ ସମେତ ୬ ଜଣଙ୍କୁ ଅଟକ ରଖିଛି ପୋଲିସ ।

ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତା ନିଆଯିବା ସହ SCB ରେ ଶବ ବ୍ୟବଚ୍ଛେଦ କରାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁ କିଭଳି ହେଲା ତାହା ସ୍ପଷ୍ଟ ହେବ ।

dead_body

ଘଟଣାଟି ହେଲା, ଅନୁଗୁଳ ଜିଲ୍ଲା ସୁବର୍ଣ୍ଣପୁର ଗାଁର ସ୍ୱର୍ଗତ ଭକ୍ତ ବିଶ୍ୱାଳଙ୍କ ପୁଅ ସଞ୍ଜିତଙ୍କ କିଛି ଦିନ ହେଲା ଦେହ ଅସୁସ୍ଥ ଥିଲା । । ଦେହ ସବୁବେଳେ ଖରାପ ହେଉଥିବାରୁ ତାଙ୍କ ମାଆ ବାସନ୍ତୀ ବିଶ୍ୱାଳ ଗତ ୨୨ ତାରିଖରେ ଟୁସର ଗାଁର ରୀତାଞ୍ଜଳି ବାଘଙ୍କ ପାଖକୁ ନେଇଥିଲେ ।

ରୀତାଞ୍ଜଳି ଗାଁର। ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରୁଛନ୍ତି । ମା ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ସୁସ୍ଥ ହୋଇଯିବ ବୋଲି ରୀତାଞ୍ଜଳି କହିଥିଲେ । ପରେ ମଙ୍ଗଳାଙ୍କ କୋଠିରେ ସଞ୍ଜିତ ରାତିରେ ଅଧିଆ ପଡ଼ିଥିଲେ । ତାଙ୍କ ମା ଅନ୍ୟ ଏକ କୋଠରିରେ ଶୋଇଥିଲେ । ହେଲେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅକୁ ପାଇନଥିଲେ । ପୁଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲେ । ପରେ ଏନେଇ କିଆକଟା ଥାନାରେ ଅଭିଯୋଗ ହୋଇଥିଲା ।

ପୋଲିସକୁ ଖବର ଦେବା ପରେ ନାବାଳକର ହାତ, ଗୋଡ କଟା ମୃତଦେହ ଉଦ୍ଧାର କରିଥିଲା । ଥାନାରେ ଏତଲା ଦେବାର ୫ ଦିନ ପରେ ମଧ୍ୟ ପୋଲିସ ନିଖୋଜ ନାବାଳକର ସନ୍ଧାନ ପାଇ ନଥିଲା ବେଳେ, ୨୮ ତାରିଖ ଦିନ ଜଙ୍ଗଲରୁ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥଲା ।

ଏନେଇ ଗାଁରେ ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ପୋଲିସ ସଜାଗ ରହିଛି । ୨ ପ୍ଲାଟୁନ ଫୋର୍ସ ମହଜୁଦ ଅଛନ୍ତି । ଗୁପ୍ତଧନ ପାଇଁ ରୀତାଞ୍ଜଳି ନରବଳି ଦେଇଥିବା ଅଭିଯୋଗ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+