ଉତ୍ତେଜନାପୂର୍ଣ୍ଣ ଖୋର୍ଦ୍ଧା ସହର: ମୁକୁନ୍ଦପ୍ରସାଦରେ ହାଇ ଆଲର୍ଟ, ଧାରା ୧୬୩ ବଳବତ୍ତର

ଖୋର୍ଦ୍ଧା: ଉତ୍ତେଜନାପୂର୍ଣ୍ଣ ସାରା ଖୋର୍ଦ୍ଧା । ମୁକୁନ୍ଦପ୍ରସାଦ ମୌଜାରେ ଲାଗୁ ହୋଇଛି ୧୬୩ । ମୁକୁନ୍ଦପ୍ରସାଦର ୨, ୨୧ ଓ ୨୨ ନଂ ୱାର୍ଡରେ ୧୬୩ ଲାଗୁ ହୋଇଛି । ସେହିପରି ୧ ନମ୍ବର, ୩ ନମ୍ବର ୱାର୍ଡର କିଛି ଅଞ୍ଚଳରେ ମଧ୍ୟ ୧୬୩ ଲାଗୁ ହୋଇଛି । ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ସମଗ୍ର ଅଞ୍ଚଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଏହି ଆଇନ ଅନୁସାରେ, ବିନା ଅନୁମତିରେ ଏହି ସବୁ ୱାର୍ଡରେ ୫ଜଣରୁ ଅଧିକ ଲୋକ ଏକାଠି ହେବାକୁ ନିଷେଧ କରାଯାଇଛି । ଏହି ଅଞ୍ଚଳର ସ୍କୁଲ କଲେଜ ସବୁ ବନ୍ଦ ସହିତ ମୋଟ୍ ୮ ପ୍ରକାରର ନିଷେଧାଜ୍ଞା ଜାରି କରାଯାଇଛି । ବିନା ଅନୁମତିରେ ମାଇକ ବଜାଇବା, ସର୍ବସାଧାରଣରେ ବାଣ ଫୁଟାଇବା ଓ ପିଙ୍ଗିବାସ ରାଲି, ଶୋଭାଯାତ୍ରା, ଧାରଣା, ସ୍ଲୋଗାନ ଉପରେ ମଧ୍ୟ ରୋକ୍ ଲଗାଇଯାଇଛି । ସେହିପରି ମଶାଲ, ଟାୟାର ଓ ଖଣ୍ଡା ଭଳି ମାରଣାସ୍ତ୍ର ବ୍ୟବହାର କରୁଥିବା ଦେଖିବାକୁ ମିଳିଲେ ସେମାନଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଉପଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ଘଟଣାସ୍ଥଳରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପି ଅବିନାଶ କୁମାର, ଆଇଜି ସଞ୍ଜୟ କୁମାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ନିଜେ ଡ଼ିଜି ମଧ୍ୟ ଆସିଥିଲେ ।

High alert IN ODISHA KHURDA
ସୂଚନା ଥାଉକି, ଶିଳ୍ପାଂଚଳ ଥାନା ଅନ୍ତର୍ଗତ ଜଟଣୀ ବାଇପାସ୍ ନିକଟରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ମୃତକ ହେଲେ ମୁକୁନ୍ଦପ୍ରସାଦର ମହମ୍ମଦ ସାଜୁ । ଏହାକୁ ନେଇ ମୁକୁନ୍ଦପ୍ରସାଦ ଛକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି ।

ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଜଣାପଡିଛି । ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଛକାପଞ୍ଝା ଲାଗି ରହିଛି । ଅପରାହ୍ନ ପ୍ରାୟ ୧ଟା ବେଳେ ମହମ୍ମଦ ବାଇକରେ ଜଟଣୀରୁ ଘରକୁ ଫେରୁଥିଲେ । ଏହି ସମୟରେ ଏକାଧିକ ଯୁବକ ତାଙ୍କୁ ଘେରି ଯାଇଥିଲେ । ମହମ୍ମଦ ସେଠାରୁ ପ୍ରାଣ ବିକଳରେ ଦୌଡି ଏକ ଗ୍ୟାରେଜରେ ପଶିଯାଇଥିଲେ । ଦୁର୍ବୃତ୍ତମାନେ ତାଙ୍କ ଖଣ୍ଡାରେ ମୁଣ୍ଡ, ହାତକୁ ହାଣି ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମେଡିକାଲ ନେଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+