ଭୁବନେଶ୍ୱର ହିଟ୍‌ ଆଣ୍ଡ ରନ୍‌ ମାମଲା: କାର୍‌ ମାଲିକ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଏଜି ଛକରେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଦୁର୍ଘଟଣା ଘଟାଇଥିବା କାର୍‌ ମାଲିକ ଗିରଫ ହୋଇଛି । କାର୍‌ ମାଲିକ ବିକାଶ ପାଲ୍‌ଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି । ଆଠଗଡ଼ରୁ ଭୁବନେଶ୍ୱର ଫେରୁଥିବା ବେଳେ ପୋଲିସ ଧରିଛି । ଅଭିଯୁକ୍ତ ବିକାଶ ପାଲଙ୍କ ନାଁରେ ୨୭୯,୩୦୪(ଏ) ରେ ମାମଲା ରୁଜୁ କରାଯାଇଛି I

ସୂଚନା ଯୋଗ୍ୟ, ବିଳମ୍ବିତ ରାତିରେ ବିକାଶ୍ ପାଲ୍ ଚଲାଉଥିବା କାର ପ୍ରଥମେ ଡିଭାଇଡରରେ ପିଟି ହୋଇ ଫୁଟପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଏପରିକି ଶ୍ରମିକଙ୍କୁ କିଛି ଦୂର ଘୋଷାଡି ବି ନେଇଥିଲା। ଏହି ଦୁର୍ଘଟଣା ଘଟାଇ ଅଭିଯୁକ୍ତ ବିକାଶ ଗାଡ଼ିଟିକୁ ଦ୍ରୁତ ଗତିରେ ନେଇ କଳ୍ପନା ଛକ ଦେଇ ଲିଙ୍ଗିପୁର ଖସିପଳାଇଥିଲା ।

arrest

ଆଉ ଲିଙ୍ଗିପୁର ବାଙ୍କୁଆଳ ଦୟାନଦୀ ଭିତରକୁ ଗାଡିଟି ଫିଙ୍ଗିଦେଇ ଖସିଯିବାକୁ ସମର୍ଥ ହୋଇଥିଲା ବିକାଶ । ସେହିଦିନ ଠାରୁ ଅଭିଯୁକ୍ତକୁ ଖୋଜୁଥିଲା ଖଣ୍ଡଗିରି ପୋଲିସ I ଶେଷରେ ଆଜି ବିକାଶ ଆଠଗଡ଼ରୁ ଭୁବନେଶ୍ୱର ଫେରୁଥିବାବେଳେ ତାଙ୍କୁ ଧରାଯାଇଛି I

ସୂଚନା ଅନୁଯାୟୀ, ଫୁଟ୍ ପାଥ ଉପରେ ମଡାଇ ଦେଇଥିଲା କାର୍ । ଚାଲି ଯାଇଥିଲା ଜଣେ ଶ୍ରମିକଙ୍କ ଜୀବନ । ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଜଣକ ଉପରେ ଚଢ଼ି ପଳାଇ ଥିଲା କାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+