ଲାଞ୍ଚ ନେଉଥିଲେ ସବ-ଇନ୍ସପେକ୍ଟର, ଭିଜିଲାନ୍ସ ହାବୁଡରେ ପଡ଼ିବାରୁ ଗିଳି ଦେଲେ ୪ ହଜାର ଟଙ୍କା
ଭିଜିଲାନ୍ସ ଭୟରେ ଗିଳି ଦେଲେ ଲାଞ୍ଚ ଟଙ୍କା । ଲାଞ୍ଚ ନେଲାବେଳେ ମାଡି ବସିଲା ଭିଜିଲାନ୍ସ । ଭୟରେ ଗିଳି ଗଲେ ୪ ହଜାର ଟଙ୍କା ।
ଫରିଦାବାଦ: ଭିଜିଲାନ୍ସ ଭୟରେ ଗିଳି ଦେଲେ ଲାଞ୍ଚ ଟଙ୍କା । ଲାଞ୍ଚ ନେଲାବେଳେ ମାଡି ବସିଲା ଭିଜିଲାନ୍ସ । ଭୟରେ ଗିଳି ଗଲେ ୪ ହଜାର ଟଙ୍କା ।

ଏମିତି ଲାଞ୍ଚର ଏକ ନିଆରା ମାମଲା ହରିୟାଣାର ଫରିଦାବାଦ ଆଞ୍ଚଳରୁ ସାମ୍ନାକୁ ଆସିଛି । ମଇଁଷି ଚୋରି ମାମଲାରେ ପୋଲିସ ସବ ଇନ୍ସପେକ୍ଟର ଜଣଙ୍କ ଲାଞ୍ଚ ମାଗିଥିଲା । ତେବେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଗଲେ ।
ମାତ୍ର ଭିଜିଲାନ୍ସ ଟିମ୍ ପହଞ୍ଚୁ ପହଞ୍ଚୁ ସବ ଇନ୍ସପେକ୍ଟର ଜଣଙ୍କ ଲାଞ୍ଜ ନେଇଥିବା ସମସ୍ତ ନୋଟକୁ ଗିଳି ଦେବାକୁ ଚେଷ୍ଟା କରିଥିଲା । ତଥାପି ତାଙ୍କ ଉଦ୍ୟମ ସଫଳ ହୋଇପାରି ନଥିଲା । ଭିଜିଲାନ୍ସ ଟିମ ଜୋର ଜବରଦସ୍ତ ତାଙ୍କ ପାଟିରୁ ଟଙ୍କା ବାହାର କରି ଗିରଫ କରିଛି । ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଅଭିଯୋଗକାରୀ ଶମ୍ଭୁ ନାଥ କହିଛନ୍ତି ଯେ ରବିବାର ବିଳମ୍ବିତ ରାତିରେ କେହି ଜଣେ ତାଙ୍କ ଘରୁ ଏକ ମଇଁଷି ଚୋରି କରି ନେଇଥିଲା । ସୋମବାର ଯେତେବେଳେ ସେକ୍ଟର-3 ପୋଲିସ୍ ପୋଷ୍ଟରେ ସେ ଅଭିଯୋଗ କରିଥିଲେ ସେତେବେଳେ ସେଠାରେ ଉପସ୍ଥିତ ଥିବା ସବ-ଇନ୍ସପେକ୍ଟର ମହେନ୍ଦ୍ର କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ଠାରୁ 15,000 ଟଙ୍କା ଲାଞ୍ଚ ମାଗିଥିଲେ। 10,000 ଟଙ୍କା ମଧ୍ୟରେ ଉଭୟଙ୍କ ମଧ୍ୟରେ ମାମଲା ଛିଡି଼ ଥିଲା ।
ଏହା ପରେ ଶମ୍ଭୁ ହରିୟାଣା ରାଜ୍ୟ ଭିଜିଲାନ୍ସ ବ୍ୟୁରୋରେ ଅଭିଯୋଗ କରିଥିଲେ । ଯାହା ଉପରେ ଭିଜିଲାନ୍ସ ଲାଞ୍ଜ ନେଉଥିବା ସମୟରେ ଚଡାଉ କରିଥିଲେ ।












Click it and Unblock the Notifications