କ୍ଷୀରରେ ବିଷ ମିଶାଇ ଶାଶୂ ଘରେ କଳାକନା ବୁଲାଇଦେଲା ନୂଆବୋହୂ
ହରିୟାଣାର ପାନିପଥ ଜିଲ୍ଲାର ନୌଲାଥା ଗାଁରୁ ଆସିଛି ଅଭାବନୀୟ ଘଟଣା । ସାତ ଦିନ ହେଲା ବାହା ହୋଇଥିବା ବୋହୂ ସାଜିଲା ଲୁଟେରା ।
ହରିୟାଣା : ହରିୟାଣାର ପାନିପଥ ଜିଲ୍ଲାର ନୌଲାଥା ଗାଁରୁ ଆସିଛି ଅଭାବନୀୟ ଘଟଣା । ସାତ ଦିନ ହେଲା ବାହା ହୋଇଥିବା ବୋହୂ ସାଜିଲା ଲୁଟେରା । ଶାଶୂ ଘର ଲୋକଙ୍କୁ କ୍ଷୀରରେ ବିଷ ମିଶାଇ ଘରେ କଳାକନା ବୁଲାଇ ଦେଲା ନୂଆବୋହୂ । ଶାଶୂ ଘରୁ ନଗଦ ଟଙ୍କା ଓ ଅଳଙ୍କାର ଲୁଟି ନେଇଯାଇଛି ଏହି ଲୁଟେରା ବୋହୂ । ତେବେ ଭଲ କଥା ହେଲା ବିଷ ମିଶା କ୍ଷୀରରେ କାହାର ଜୀବନ ଯାଇ ନାହିଁ । ପାଖ ପଡୋଶୀମାନେ ଠିକ୍ ସମୟରେ ପରିବାର ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ଫଳରେ ସମସ୍ତଙ୍କ ଜୀବନ ବଞ୍ଚି ଯାଇଛି ।
କ'ଣ ରହିଛି ପୁରା ଘଟଣା ?

ପାନିପଥର ନୌଥେଲା ଗାଁର ଦିନେଶ ସହିତ ଚଳିତ ମାସରେ ଉତ୍ତରାଖଣ୍ଡର ଅଲ୍ମୋଡା ଜିଲ୍ଲାରେ ରହୁଥିବା ସୁନୀତା ପାଓ୍ୱାଙ୍କ ସହି ବିବାହ ହୋଇଥିଲା । ସେହି ସମୟରେ ଦିନେଶଙ୍କ ପରିବାର ପକ୍ଷରୁ ବାହାଘରର ସମସ୍ତ ଖର୍ଚ୍ଚ ଭରଣା କରାଯାଇଥିଲା । ଏପରିକି ବାହାଘର ସମୟରେ ସୁନୀତାଙ୍କୁ ନୂଆ ପୋଷାକ ଠାରୁ ଆରମ୍ଭ କରି ଗହଣା ମଧ୍ୟ ଦିଆଯାଇଥିଲା । ବାହାଘର ପରେ ପତ୍ନୀ ସୁନୀତାଙ୍କୁ ଘରକୁ ଆଣିଥିଲେ ଦିନେଶ । ଏଠାରେ ଗୋଟିଏ ସପ୍ତାହ ହେଲା ରହି ଆସୁଥିଲେ । ତେବେ ସେମାନେ ସୁନୀତାର ଯୋଜନାକୁ ବୁଝି ପାରି ନଥିଲେ ।
ପ୍ରଥମେ ସବୁ ଠିକ୍ ଚାଲିଥିବା ବେଳେ ସୁନୀତା ସମସ୍ତଙ୍କୁ କ୍ଷୀରରେ ବିଷ ମିଶାଇ ପିଇବାକୁ ଦେଇଥିଲେ । ସମସ୍ତେ ବେହୋସ୍ ହେବା ପରେ ଘରେ କଳାକନା ବୁଲାଇ ଦେଇଥିଲେ ଏହି ନବବିବାହିତ ନୂଆବୋହୂ ସୁନୀତା । ଏଠାରେ କହି ରଖୁଛୁ କି ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସରେ ଦିନେଶ ଅଭିଯୋଗ କରିଛନ୍ତି । ପୁଲିସ ସୁନୀତା ସମେତ ତା ଭଉଣୀ ଅନ୍ୟମାନଙ୍କର ମାମଲା ରୁଜୁ କରିଛି । ଏପରିକି ବିବାହ କରିଥିବା ବ୍ରାହ୍ମଣଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ପୁଲିସ । ପୁଲିସ ଏହି ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।












Click it and Unblock the Notifications