For Quick Alerts
For Daily Alerts
ରାଜଧାନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ପୁଣି ରାଜଧାନୀରେ ଆଉ ହତ୍ୟାକାଣ୍ଡ । ଭୁବନେଶ୍ୱରରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଠାବ କରାଯାଇଛି। ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଆଜି ସକାଳେ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ଭରତପୁର ପୋଲିସ୍ ଉଦ୍ଧାର କରିଛି। ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତଦେହଟି ୧୫ ରୁ ୨୦ ଦିନର ହେବ ବୋଲି କୁହାଯାଉଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ମୃତଦେହଟି ପଚିସଢ଼ି ନଷ୍ଟ ହୋଇଯାଇଛି। ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ପୋଲିସ୍ ସନ୍ଦେହ କରୁଛି।
ସୂଚନାଯୋଗ୍ୟ, ଗତ ଗୁରୁବାର ଭୁବନେଶ୍ୱର ଉପକଣ୍ଠ ଭରତପୁର-ଚନ୍ଦକା ରାସ୍ତାର ଦାସପୁର ପାଖରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିଲା। କମିଶନରେଟ୍ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରିଛି।
English summary
Hanging Dead Body was recovered from Bhubaneswar
Story first published: Sunday, February 7, 2021, 13:36 [IST]


Click it and Unblock the Notifications