ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼ : ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ବାଲେଶ୍ବର : ବାଲେଶ୍ୱର ସହର ଶୋଭାରାମପୁରରେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଯୁବକଙ୍କ ହାତରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ରେ ଯୁବକ ଗୁରୁତର ହୋଇଛନ୍ତି ।
ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।ବାଲେଶ୍ବର ଶୋଭାରାମପୁରଠାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୁଳି ବାଜିଥିବା ଯୁବକଙ୍କ ନାମ ବିନୋଦ ବେହେରା ବୋଲି ଜଣାପଡ଼ିଛି । ତେବେ କିଏ ତାଙ୍କୁ ଗୁଳି ମାରିଲା । କାହିଁକି ଗୁଳି ମାରିଲା । କେଉଁ ପରିସ୍ଥିତିରେ ଗୁଳି ମାରିଲା ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ ।
ତେବେ ଗୁଳିମାଡ଼ ପରେ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଗୁଳି ମାରିଥିବା ଯୁବକ ଏବଂ ଗୁଳି ବାଜିଥିବା ଯୁବକ ଉଭୟ ପୂର୍ବରୁ ବନ୍ଧୁ ଥିଲେ ବୋଲି ଜଣାପଡ଼ିଛି । ତେବେ ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ବି ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ନ ସରିବା ଯାଏଁ ଏ ନେଇ କିଛି ସଠିକ୍ କହି ହେବନି ବୋଲି ପୋଲିସ କହିଛି ।












Click it and Unblock the Notifications