ବରଗଡ଼ରେ ବୁଲୁଥିଲା ଗୁଡ୍ଡୁ ମୁସଲିମ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ
ବରଗଡ: ବରଗଡରେ ଥିଲା ମୁସଲିମ୍ବ । ରଗଡରେ ଆତ୍ମଗୋପନ କରିଥିଲା ଗୁଡ୍ଡୁ ମୁସଲିମ । ବରଗଡରେ ମିଳିଲା ଗୁଡ୍ଡୁ ମୁସଲିମର ସିସିଟିଭି ଫୁଟେଜ । ଏପ୍ରିଲ ୧୧ ତାରିଖ ଦିନ ୧ଟା ବେଳର ସିସିଟିଭି ଫୁଟେଜ ମିଳିଲା । ୧ ମିନିଟ ୨ ସେକେଣ୍ଡର ସିସିଟିଭି ଫୁଟେଜ ମିଳିଲା ।
ସିସିଟିଭି ଫୁଟେଜ୍ ମିଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଖାଲି ସେତିକି ନୁହେଁ, ପୂର୍ବରୁ ମଧ୍ୟ ଗୁଡ୍ଡୁ ମୁସଲିମ୍ର ଓଡ଼ିଶା ଲିଙ୍କ୍ ରହିଥିବା ନେଇ ଚର୍ଚ୍ଚା ହେଉଥିଲା । ଉମେଶ ପାଲ୍ ହତ୍ୟା ମାମଲାରେ ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍ର ଲାଷ୍ଟ୍ ଲୋକେସନ୍ ଓଡ଼ିଶାରେ ଟ୍ରେସ୍ ହୋଇଥିଲା । ପରେ ବରଗଡ଼ ଲିଙ୍କ୍ ନେଇ ଚର୍ଚ୍ଚା କରାଯାଉଥିଲା । ଯାହାର ଖବର ଜଣାପଡ଼ିବା ପରେ ବରଗଡ଼ ଜିଲ୍ଲାରେ ୟୁପି STF ଟିମ୍ ତନାଘନା ଚଳାଇଥିବା ସୂଚନା ମିଳିଥିଲା ।

ବରଗଡ଼ ଜିଲ୍ଲା ଭଟଲି ଛକରେ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ଗୁଡ୍ଡୁ ମୁସଲିମ୍ର ଲିଙ୍କ୍ ଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ପୂର୍ବରୁ ଏହି ଘଟଣାରେ ରାଜା ଖାନ୍ଙ୍କ ସହ ଗୁଡ୍ଡୁ ମୁସଲିମ୍ର ଡ୍ରାଇଭର ଲିଙ୍କରେ ଥିବା ସୂଚନା ପାଇ ଜେରା ହୋଇଛି । ମୋବାଇଲ୍ ଟ୍ରାକିଂରୁ ଉଭୟ ଲିଙ୍କରେ ଥିବା ସୂଚନା ମଧ୍ୟ ରହିଛି ।












Click it and Unblock the Notifications