ହିନ୍ଦୁ ନାଁ ବ୍ୟବହାର କରି ଲୁଚି ବୁଲୁଛି ଗୁଡ୍ଡୁ ମୁସଲିମ୍
ଭୁବନେଶ୍ୱର: ଉମେଶ ପାଲ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗୁଡ୍ଡୁ ମୁସଲିମକୁ ୬୨ ଦିନ ହେଲା ଖୋଜୁଛି ଉତ୍ତର ପ୍ରଦେଶ ପୋଲିସ । ୟୁପି STFର ଅନେକ ଦଳ ତାଙ୍କ ସନ୍ଧାନରେ ନିୟୋଜିତ ଅଛନ୍ତି, ଦିନ ଗଡି ଚାଲିଛି ହେଲେ ମିଳୁନାହିଁ ସଫଳତା । ବର୍ତ୍ତମାନ ଖବର ରହିଛି ଯେ, ପୋଲିସରୁ ରକ୍ଷା ପାଇବା ପାଇଁ ଗୁଡୁ ମୁସଲିମ୍ ବବଲୁ, ସୁରେନ୍ଦ୍ର କୁମାର, ଏବଂ ସନ୍ଦୀପ କୁମାର ଭଳି ହିନ୍ଦୁ ନାମ ବ୍ୟବହାର କରୁଛି ।
ୟୁପି ପୋଲିସର ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡିଛି ଯେ, ଗୁଡ୍ଡୁ ମୁସଲିମ ଶେଷ ଥର ପାଇଁ ଓଡ଼ିଶାର ବରଗଡରେ ଦେଖିବା ପାଇଁ ମିଳିଥିଲା । ସେ ୨ ରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ସେଠାରେ ଲୁଚି ରହିଥିଲା । ଏହା ପରେ ସେ ସେହି ସ୍ଥାନରେ ନିଜର ପୋଷାକରେ ପରିପୂର୍ଣ୍ଣ ଏକ ବ୍ୟାଗ ଛାଡି ପଳାଇଯାଇଛି । ଖାସ କଥା ହେଲା ଯେ, ସନ୍ଦେହକୁ ଏଡ଼ାଇବା ପାଇଁ ହିନ୍ଦୁ ନାମର ବ୍ୟବହାର କରି ଲୋକଙ୍କ ସହ ମିଶୁଛି ଗୁଡୁ ମୁସଲିମ୍ ।

ନିକଟରେ ପୋଲିସ ଗୁଡ୍ଡୁ ମୁସଲିମର ସହଯୋଗୀ ରାଜା ଖାନକୁ ଗିରଫ କରିଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ଗୁଡୁ ମୁସଲିମ ବେଶ ବଦଳାଇ ମେରଟ୍, ଅଜମେର, ନାଶିକ ଏବଂ ପୁଣେରେ ଲୁଚି ରହିବା ପରେ ଛତିଶଗଡକୁ ପଳାଇଯାଇଥିବା ନେଇ ସୂଚନା ରହିଛି ।
ଗୁଡ୍ଡୁ ମୁସଲିମ ୭ ଜଣଙ୍କ ସହ ଉମେଶ ପାଲ ଉପରେ ଆକ୍ରମଣ କରିଥିଲା । ଏହି ଘଟଣାରେ ଉମେଶଙ୍କ ସହ ଦୁଇ ଜଣ ପୋଲିସ ମଧ୍ୟ ସହିଦ ହୋଇଥିଲେ । ଘଟଣା ପରେ ୟୁପି ଏସଟିଏଫ୍ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁଡୁର ଦୁଇ ସାଥିଙ୍କର ଏନକାଉଣ୍ଟର କରିଥିଲା । ତେବେ ଯେଉଁ ବ୍ୟକ୍ତି ଗୁଡ୍ଡୁ ମୁସଲିମର ସୂଚନା ଦେବେ ତାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ୟୁପି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications