ଗୋବିନ୍ଦ ସାହୁଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍, ଜବତ ହେଲା ରିଜୋଲ୍ୟୁସନ ରେଜିଷ୍ଟର୍
ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଜେଲ ଭିତରେ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ ।ଗୋବିନ୍ଦ ସାହୁଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍ । ଜବତ ହେଲା ରିଜୋଲ୍ୟୁସନ ରେଜିଷ୍ଟର୍
ବଲାଙ୍ଗୀର: ଗୋବିନ୍ଦ ସାହୁଙ୍କ ଘରେ ପହଁଚିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହା ପୂର୍ବରୁ ମହାଲିଙ୍ଗ ଆଞ୍ଚଳିକ କଲେଜ ଯାଇ ପୁରୁଣା ରିଜୋଲ୍ୟୁସନ ରେଜିଷ୍ଟର୍ ଜବତ କରିଥିଲା କ୍ରାଇମବ୍ରାଞ୍ଚ । ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଲାଗି ରହିଛି ଦ୍ୱନ୍ଦ । ପରିବାର ଲୋକେ ଗୋବିନ୍ଦଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଏହାକୁ ହତ୍ୟା ବୋଲି ସେମାନେ ବାରମ୍ବାର ଦାବି କରି ଆସୁଛନ୍ତି । ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ ପ୍ରଶ୍ନ ଉଠୁଛି । ଯେଉଁଥି ପାଇଁ ଏହାର ସଠିକ୍ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ଦାୟିତ୍ୱ ।

ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତଦେହ ଚଳିତ ମାସ ୨୦ ତାରିଖରେ କଣ୍ଟାବାଞ୍ଜି ଜେଲ୍ ପରିସରରୁ ଉଦ୍ଧାର ହୋଇଥିଲା । ସେ ଜେଲରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
୨୦୨୧ ଅକ୍ଟୋବର ୮ ତାରିଖ ମମିତା ମେହେର ନିଖୋଜ ହୋଇଥିଲେ ଓ ଅକ୍ଟୋବର ୧୩ ତାରିଖରେ ଏ ନେଇ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ଅକ୍ଟୋବର ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିଲା। ମାତ୍ର ଅକ୍ଟୋବର ୧୭ରେ ଟିଟିଲାଗଡ଼ ପୋଲିସ ବାରାକରୁ ସେ ଫେରାର ହୋଇ ଯାଇଥିଲା। ଏହାପରେ ଅକ୍ଟୋବର ୧୯ ତାରିଖରେ ମହାଲିଙ୍ଗ ଷ୍ଟାଡିୟମ ଭିତରୁ ମମିତାର ଅର୍ଦ୍ଧଦଗ୍ଧ ଶବ ଜବତ ହେବା ସହ ସେହିଦିନ ସଂଧ୍ୟାରେ ଆଖୁବାଡ଼ିରୁ ମୁ୍ଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରାଯାଇ ଅକ୍ଟୋବର ୨୦ରେ କୋର୍ଟ ଚାଲାଣ କରାଯାଇଥିଲା ଏବଂ ମୃତ୍ୟୁ ଦିନ ଅର୍ଥାତ୍ ୨୦ ଡିସେମ୍ବର ଦିନ ଗୋବିନ୍ଦ ସାହୁଙ୍କର ଜାମିନ୍ ଆବେଦନର ଶୁଣାଣି ଥିଲା ।












Click it and Unblock the Notifications