ଏହା ହତ୍ୟା ନା ଆତ୍ମହତ୍ୟା , CBI ତଦନ୍ତ ହେଉ: ସନ୍ତୋଷ ସିଂ ସାଲୁଜା
ଏହା ହତ୍ୟା ନା ଆତ୍ମହତ୍ୟା , CBI ତଦନ୍ତ ହେଉ: ସନ୍ତୋଷ ସିଂ ସାଲୁଜା
Govind sahu suicide case:ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା । ସରକାରଙ୍କ ଉପରେ ବର୍ଷିଲେ କଣ୍ଟାବାଂଜି ବିଧାୟକ ତଥା କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି, ମମିତା ମାମଲାରେ ଗୋବିନ୍ଦ ସହ ପୂର୍ବତନ ମନ୍ତ୍ରୀ ସଂପୃକ୍ତ ଥିଲେ । ଅଭିଯୁକ୍ତ ଜାଣି ସାରିଥିଲେ ଯେ ତାଙ୍କୁ ନିଶ୍ଚିତ ଭାବରେ ଦଣ୍ତ ମିଳିବ, ସେଥି ପାଇଁ ସେ ମାନସିକ ଚାପରେ ରହି ଶେଷରେ ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ତାଙ୍କୁ ଜେଲରେ ସବୁ ପ୍ରକାର ସୁବିଧା ମିଳୁଥିଲା ଏବଂ ଜ୍ୱାଇଁପୁଅ ଭଳି ତାଙ୍କର ଚର୍ଚ୍ଚା କରାଯାଉଥିଲା ବୋଲି କହିଛନ୍ତି ମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ପଛରେ ଷଡଯନ୍ତ୍ର ଅଛି, ମୁଖ୍ୟ ଆରୋପି ଆତ୍ମହତ୍ୟା କରିବା ପରେ ମମିତା ମେହେର ହତ୍ୟା ମାମଲାରେ ଏଠି ପୂର୍ଣ୍ଣଚ୍ଛେଦ ପଡିଯାଇଛି । ଏହି ମାମଲାର ସିବିଆଇ ତଦନ୍ତ ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସର୍ବ ସମ୍ମୁଖକୁ ଆସିପାରିବ ।
ସୂଚନାଥାଉ ଯେ, ୨୦୨୧ର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି କଣ୍ଟାବାଞ୍ଜି ଜେଲ ଭିତରେ ଆତ୍ମହତ୍ୟା କରିଛନ୍ତି । ଏହି ମାମଲାରେ ସେ ସଜା କାଟୁଥିଲେ । ସୂଚନା ଅନୁସାରେ ଜେଲ୍ ଭିତରେ ଥିବା ଏକ ଗଛରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆଜି କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ ସାହୁ ।












Click it and Unblock the Notifications