ଗୋବିନ୍ଦ ସାହୁଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି: ସ୍ମୃତି ପଟ୍ଟନାୟକ
ଇତିଶ୍ରୀ, ବେବିନା ଭଳି ମମିତା ଘଟଣାକୁ ମଧ୍ୟ ଚାପି ଦିଆଯିବ, ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି
Govind sahu suicide case: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା । କଣ୍ଟାବାଞ୍ଝି ଜେଲରେ ଗୋବିନ୍ଦ ଆତ୍ମହତ୍ୟା ପରେ ଏବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧି । ଉଭୟ କଂଗ୍ରେସ ଏବଂ ବିଜେପି ସରକାରଙ୍କୁ ଘେରିଛନ୍ତି । ଗୋବିନ୍ଦ ପାଖରେ ସବୁ ତଥ୍ୟ ଥିଲା, ତାକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି । ମନ୍ତ୍ରୀ ଓ ନେତାଙ୍କୁ ବଞ୍ଚାଇବା ପାଇଁ ଏପରି କରାଯାଛି ବୋଲି ଆଜି ପ୍ରେସମିଟ୍ କରି ସରକରାଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇତିଶ୍ରୀ, ବେବିନା ଭଳି ମମିତା ଘଟଣାକୁ ମଧ୍ୟ ଚାପି ଦିଆଯିବ । ଗୋବିନ୍ଦ ସାହୁଙ୍କ ପାଖରେ ସମସ୍ତ ତଥ୍ୟ ଥିଲା ସେଥି ପାଇଁ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି । ଜେଲ୍ ଭିତରେ ଆତ୍ମହତ୍ୟା ସମ୍ଭବ କି, ବୋଲି ସେ ସିଧାସଳଖ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହା ସହ ଏହି ମାମଲାର ଅଧିକ ତଦନ୍ତ ହେଉ ବୋଲି ମଧ୍ୟ ସେ ଦାବି କରିଛନ୍ତି ।












Click it and Unblock the Notifications