Get Updates
Get notified of breaking news, exclusive insights, and must-see stories!

ଚୌଦ୍ୱାର ଜେଲରେ ପହଁଚିଲା ଗୋପାଳ, ଆଜି କାଟିବ ପ୍ରଥମ ରାତି

ଚୌଦ୍ୱାର ଜେଲରେ ପହଞ୍ଚିଲା ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ । ଆଜି ଝାରସୁଗୁଡାରୁ କଟକ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଛି ।

naba das

ଚୌଦ୍ୱାର: ନବ ଦାସଙ୍କ ହତ୍ୟା ଘଟଣା । ଚୌଦ୍ୱାର ଜେଲରେ ପହଞ୍ଚିଲା ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ । ଆଜି ଝାରସୁଗୁଡାରୁ କଟକ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଛି । ୨୪ ଘଣ୍ଟିଆ ପହରାରେ ହାଇସିକ୍ୟୁରିଟି ସେଲର ରହିବା ନେଇ ରହିଛି ସୂଚନା । ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ପରେ ଗୋପଳକୁ ସ୍ଥାନୀୟ ସବଜେଲରୁ ସ୍ଥାନାନ୍ତର କରାଯାଇଛି ।

ଅଭିଯୁକ୍ତ ଗୋପାଳକୁ କଡ଼ା ସୁରକ୍ଷା ମଧ୍ୟରେ ଏକ ସ୍ୱତନ୍ତ୍ର ଟିମ୍ ଝାରସୁଗୁଡାରୁ ଚୌଦ୍ୱାର ଆଣିଛନ୍ତି । ତେବେ ପୋଲିସ ଏଏସଆଇ ଗୋପଳ କୃଷ୍ଣ ଦାସଙ୍କୁ ଚୌଦ୍ୱାର ଜେଲର ୩ ନମ୍ବର କୋଠରିରେ ରଖାଯିବ । ଆଜି ପ୍ରଥମ ରାତିରେ ଗୋପାଳକୁ ଜେଲ ମେଡିକାଲରେ ରଖାଯିବ । ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ୩ ନମ୍ବର ସେଲକୁ ପଠାଯିବ । ୩ ଜଣ ସିକ୍ୟୁୟରିଟି ଗାର୍ଡ ସହ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସକ୍ରିୟ ରହିବ ।

ସୂଚନାଥାଉ କି, ଗତକାଲି ଝାରସୁଗୁଡ଼ା JMFC କୋର୍ଟରେ ୧୬୪ ଧାରାରେ ଗୋପାଳର ବୟାନ ରେକର୍ଡ଼ କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ଼ର ଭିଡ଼ିଓଗ୍ରାଫି ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଗତକାଲି ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧିର ଶେଷ ଦିନ ଥିଲା । ତେବେ କ୍ରାଇମବ୍ରାଞ୍ଚ ଅଧିକ ରିମାଣ୍ଡ ନେଇ କୌଣସି ଆବେଦନ ନକରିବା ପରେ ଗୋପାଳକୁ ଝାରସୁଗୁଡ଼ା ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା । ପରେ ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଇଛି । ସେପଟେ ଆସନ୍ତା ସପ୍ତାହରେ କୋର୍ଟରେ ଦାଖଲ ହୋଇପାରେ ନାର୍କୋ ଟେଷ୍ଟ ରିପୋର୍ଟ । ନାର୍କୋ ଟେଷ୍ଟ ରିପୋର୍ଟରେ କ'ଣ ରହିଛି । ଗୋପାଳ ତାର ବୟାନରେ କ'ଣ କହିଛି, ତାହା ଆସନ୍ତା ସପ୍ତାହରେ ଜଣାପଡ଼ିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+