ନବ ଦାସ ହତ୍ୟାକାଣ୍ତ ମାମଲା: ଆଜି ଝାରସୁଗୁଡ଼ା କୋର୍ଟରେ ହାଜର ହେବ ଗୋପାଳ ଦାସ
Naba Das Murder Case : ଦିବଙ୍ଗତ ନେତା ନବ ଦାସ ହତ୍ୟାକାଣ୍ତ ମାମଲା । ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଝାରସୁଗୁଡ଼ା କୋର୍ଟରେ ହାଜର କରାଯିବ । ଗତକାଲି ବିଳମ୍ବିତ ରାତିରେ ଗୋପାଳକୁ ଚୌଦ୍ୱାର ଜେଲରୁ ଝାରସୁଗୁଡ଼ା ନିଆ ଯାଇଥିବା ନେଇ ସୂଚନା ରହିଛି ।
ତେବେ ଆଜି ଅଭିଯୁକ୍ତ ଗୋପାଳକୁ ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର କରାଯିବ । ଏହା ପୂର୍ବରୁ ଗତ ୧୩ ତାରିଖରେ ତାଙ୍କୁ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଜେଏଏସଫି କୋର୍ଟରେ ହାଜର କରାଯାଇଥିଲା । ଯାହା ପରେ ଏହି ମାମଲାକୁ ଝାରସୁଗୁଡ଼ା ଜିଲ୍ଲା ଦୌର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ।

ଖବର ଅନୁସାରେ, ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ଗୋପାଳ ବର୍ତ୍ତମାନ ଜେଲରେ ଦିନ କାଟୁଛି। ଅଭିଯୁକ୍ତ ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା। ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଜାରି ରହିଛି ।












Click it and Unblock the Notifications