ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା, ୯ ଲକ୍ଷ ଟଙ୍କା ଲୁଟିନେଲେ ହେଲମେଟ ପିନ୍ଧା ଦୁବୃର୍ତ୍ତ

ସୁନ୍ଦରଗଡ: ଟଙ୍କା ପାଇଁ ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା । ଛେଳି ବେପାରୀଙ୍କୁ ଗୁଳି କରି ୯ ଲକ୍ଷ ଲୁଟି ନେଲେ ଲୁଟେରା । ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ସୁରୁଗୁଡ଼ା ତାରିଣୀ ମନ୍ଦିର ନିକଟରେ ଗୁଳିମାଡ଼ ହୋଇଛି । ହତ୍ୟାର ଶିକାର ହୋଇଛନ୍ତି ପ୍ରଭାତ ନାଏକ ।

ଆଜି ସକାଳେ ପ୍ରଭାତ ଓ ଅନ୍ୟ ଦୁଇ ଜଣ ଗାଡିରେ ଯିବା ବେଳେ ହେଲମେଟ ପିନ୍ଧିଥିବା ତିନି ଅଜ୍ଞାତ ଦୁର୍ବୃତ୍ତ ପ୍ରଭାତଙ୍କ ଉପରକୁ ଗୁଳି ମାଡ କରିଥିଲେ । ଗୁଳିଟି ତାଙ୍କ ଛାତିରେ ବାଜିବା ପରେ ଘଟଣାସ୍ଥଳରେ ହିଁ ସେ ଟଳିପଡି ଥିଲେ । ଦୁର୍ବୃତ୍ତ ଏହାପରେ ତାଙ୍କଠୁ ୯ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

Goat Trader

ବାଇକରେ ୩ ଜଣ ଛେଳି ବେପାରୀ ଯାଉଥିବା ବେଳେ ଆକ୍ରମଣ କରିଥିଲେ ଲୁଟେରା । ବାଇକ ଅଟକାଇ ଗୁଳିମାଡ଼ କରି ୯ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ । ଗୁଳିମାଡ଼ରେ ଜଣେ ଛେଳି ବେପାରୀ ମୃତ, ଅନ୍ୟ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି ।

ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ପ୍ରଭାତଙ୍କ ଘର ଝାରସୁଗୁଡା ଜିଲ୍ଲା ତାଲମୁଣ୍ଡାରେ । ସେ ଶରଧାପାଲିରେ ଛେଳି ବ୍ୟବସାୟ କରୁଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ପ୍ରଭାତଙ୍କୁ ଉଦ୍ଧାର କରି ସୁନ୍ଦରଗଡ ଡାକ୍ତରଖାନାକୁ ଆଣିଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+