ନୟାଗଡରେ ଶିଶୁ କନ୍ୟାର ମିଳୁନି ପତ୍ତା : ଗାଁ ଦାଣ୍ଡରୁ ନିଖୋଜ
ନୟାଗଡ ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ଗାଁ ସବିତା ସାହୁଙ୍କ ତିନି ବର୍ଷର ଝିଅ ହରପ୍ରିୟା ସାହୁର ପତ୍ତା ମିଳୁନି ।
ନୟାଗଡ଼ : ପରୀ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ଥମି ନଥିବା ବେଳେ ଏବେ ପୁଣି ନୟାଗଡ଼ ଜିଲ୍ଲାରୁ ଆସିଛି ଆଉ ଏକ ଖବର । ନୟାଗଡ ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ଗାଁ ସବିତା ସାହୁଙ୍କ ତିନି ବର୍ଷର ଝିଅ ହରପ୍ରିୟା ସାହୁର ପତ୍ତା ମିଳୁନି । ଗାଁ ଦାଣ୍ଡରୁ ହରପ୍ରିୟା ନିଖୋଜ ହୋଇଯାଇଥିବା ଜଣାପଡିଛି । ଶୁକ୍ରବାର ଅପରାହ୍ନ ପ୍ରାୟ 3 ଟାରୁ ଶିଶୁ କନ୍ୟାଟି ନିଖୋଜ ହୋଇଯାଇଛି । ଏହାକୁ ନେଇ ରଣପୁର ଥାନାରେ ମାମଲା ରୁଜୁ କରାଯାଇଛି । ପୁଲିସ ନିଖୋଜ ହୋଇଥିବା ଶିଶୁ କନ୍ୟାକୁ ଖୋଜିବା ଆରମ୍ଭ କରିଛି ।

ଅପରପକ୍ଷରେ ପୋଖରୀରେ ବୁଡି ଯାଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଅଗ୍ନିଶମ ବିଭାଗ ଖୋଜାଖୋଜି ଆରମ୍ଭ କରିଛି । ପୋଖରୀ ଠାରୁ ଆରମ୍ଭ କରି ଗାଁ କୂଅ ଯାଏଁ ଖୋଜୁଛି ।
ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ହରପ୍ରିୟା ଗାଁ ଦାଣ୍ଡରେ ଖେଳୁଥିବା ବେଳେ କୌଣସି ସମୟରେ କେଉଁ ଆଡେ ଚାଲିଯାଇଥିଲା । ଦୀର୍ଘ ସମୟ ଯାଏଁ ଘରକୁ ନ ଆସିବାରୁ ପରିବାର ଲୋକ ଖୋଜିବା ଆରମ୍ଭ କରିଥିଲେ । ସେହିପରି ଶୁକ୍ରବାର ଗାଁକୁ କିଛି ଫେରିବାଲା ଆସିଥିବା ବେଳେ ସେମାନଙ୍କୁ ନେଇ ସନ୍ଦେହ କରାଯାଉଛି । ପୁଲିସ ସଂପୃକ୍ତ ଫେରିବାଲାଙ୍କୁ ମଧ୍ୟ ଖୋଜିବା ଆରମ୍ଭ କରିଛି ।












Click it and Unblock the Notifications