ସୋଶାଲ ମିଡିଆରେ ବୁଲୁଛି ଦୁଷ୍କର୍ମ ଭିଡିଓ ! ଝାରସୁଗୁଡାରେ ଏକୁଟିଆ ଯୁବତୀଙ୍କୁ ପାଇ..
ବସଷ୍ଟାଣ୍ଡରେ ଜଣେ ଯୁବତୀଙ୍କୁ ଏକୁଟିଆ ପାଇଁ ଦୁଇ ଜଣ ଯୁବକ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ଏହି ସମୟର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି ।
ଭୁବନେଶ୍ୱର : କରୋନାର କରାଳ ରୂପ ଆକ୍ତାମାକ୍ତା କରୁଥିବା ବେଳେ ଝାରସୁଗୁଡାରୁ ଆସିଛି ଲଜ୍ଜାଜନକ ଖବର । ବସଷ୍ଟାଣ୍ଡରେ ଜଣେ ଯୁବତୀଙ୍କୁ ଏକୁଟିଆ ପାଇଁ ଦୁଇ ଜଣ ଯୁବକ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । କଥା କେବଳ ସେତିକିରେ ଅଟକି ନାହିଁ । ଏହି ଦୁଷ୍କର୍ମ ଉଦ୍ୟମ ସମୟର କେହି ଜଣେ ଭିଡିଓ କରିଛନ୍ତି ଏବଂ ଏହା ଏବେ ସୋଶାଲ ମିଡିଆରେ ବୁଲୁଛି ।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ଦ୍ୱିପହରରେ ବସଷ୍ଟାଣ୍ଡ ନିକଟରେ ଜଣେ ଯୁବତୀଙ୍କୁ ଏକୁଟିଆ ପାଇଁ ଦୁଇ ଜଣ ଯୁବକ ତାଙ୍କୁ ପାଖରେ ଥିବା ଏକ ପରିତ୍ୟକ୍ତ କୋଠାକୁ ଟେକି ନେଇଥିଲେ ।

ସେଠାରେ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଯୁବତୀ ଜଣଙ୍କ ପାଟି କରିବାରୁ ନିକଟରେ ଥିବା କେତେଜଣ ଯୁବକ ପହଞ୍ଚି ଏହାକୁ ବିରୋଧ କରିଥିଲେ । ଫଳରେ ଦୁବୃର୍ତମାନେ ଘଟଣାସ୍ଥଳ ଛାଡି ଚାଲି ଯାଇଥିଲେ । ତେବେ ସେହି ସମୟର ଦୃଶ୍ୟକୁ କେହି ମୋବାଇଲରେ ଭିଡିଓ କରିଥିଲେ । ଏହା ଭାଇରାଲ୍ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଉକ୍ତ ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ଥିବା ଜଣାପଡିଛି ।












Click it and Unblock the Notifications