ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ୍ ମାନସୀ ନାୟକ ଗିରଫ

ପୋଲିସ ପଞ୍ଝାରେ ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ୍ ମାନସୀ ନାୟକ । ବିଲ୍ଡରଙ୍କୁ ଦାଦା ବଟି ମାଗିବା ଓ ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଲେଡି ଡନ୍ ମାନସୀ ନାୟକକୁ କଟକର କମିଶନରେଟ୍ ପୋଲିସ ଆଜି ଗିରଫ କରିଛି।

କଟକ: ପୋଲିସ ପଞ୍ଝାରେ ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ୍ ମାନସୀ ନାୟକ । ବିଲ୍ଡରଙ୍କୁ ଦାଦା ବଟି ମାଗିବା ଓ ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଲେଡି ଡନ୍ ମାନସୀ ନାୟକକୁ କଟକର କମିଶନରେଟ୍ ପୋଲିସ ଆଜି ଗିରଫ କରିଛି। ମାନସୀ ସହ ତା'ର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

gangster girlfriend

ଗତ ସପ୍ତାହେ ପୂର୍ବରୁ କଟକ ଶିଶୁଭବନ ଛକରେ କିଛି ଦୁର୍ବୃତ୍ତ, ବେବିର ସହାୟତାରେ ଜଣେ ବିଲଡରଙ୍କୁ ଦାଦବଟି ମାଗିଥିବା ଅଭିଯୋଗ ହୋଇଥିଲା । ବେବି ନାଁରେ କଟକରେ ଅନେକ ଅପରାଧିକ ମାମଲା ରହିଛି । ମାନସୀ ନାୟକ ଓରଫ ବେବି ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା।

ମାନସୀଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାରେ। ପ୍ରଥମେ ମାନସୀ ସକିଲର ସହଯୋଗୀ ଭାବେ କାମ କରୁଥିଲେ। ପରବର୍ତ୍ତୀ ସମୟରେ ସେ ସକିଲର ଗର୍ଲଫ୍ରେଣ୍ଡ ହୋଇଥିଲା। ଆଉ ସକିଲର ଇସାରାରେ ହିଁ ମାନସୀ ଏଭଳି ଅପରାଧିକ କାମ କରୁଥିବା ପୋଲିସ୍ ଆଗରେ ସ୍ୱୀକାର କରିଛି।

ମାନସୀ ନାଁରେ ଏକାଧିକ ଅପରାଧିକ ରେକର୍ଡ ରହିଛି। ୨୦୧୪ରେ ଏକ ହତ୍ୟାକାଣ୍ଡ ମାମଲାରେ ମାନସୀକୁ ଜଗତସିଂହପୁରରୁ ଗିରଫ କରାଯାଇଥିଲା। ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ ପରେ ସେ ଜାମିନ୍ ପାଇଥିଲା। କିନ୍ତୁ ଏବେ ସେ ପୁଣିଥରେ ତା'ର ଦାଦାଗିରି ଚଳାଇଥିବା ଖବର ପୋଲିସ୍ ପାଖରେ ପହଞ୍ଚିଥିଲା। ଯାହା ପରେ ପୋଲିସ୍ ତାକୁ ଗିରଫ କରିଥିଲା। ମାନସୀ ସହ ତା'ର ଦୁଇ ସହଯୋଗୀକୁ ମଧ୍ୟ ଲାଲବାଗ ଥାନା ଗିରଫ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+