ଗାଙ୍ଗଷ୍ଟର ହାଇଦର ପୁଅ ସେକ୍ କାଦିରକୁ ଆଜୀବନ କାରାଦଣ୍ଡ
ଗ୍ୟାଙ୍ଗଷ୍ଟର ହାଇଦର ପୁଅ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜ୍ । ୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଂଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାକାଣ୍ଡରେ କାଦିର ଦୋଷୀ ସାବ୍ୟସ
କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ହାଇଦର ପୁଅ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜ୍ । ୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଂଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାକାଣ୍ଡରେ କାଦିର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବ୍ୟବସାୟୀ ସାହା ନବାଜଙ୍କୁ ଦାଦାବଟି ମାଗି ବିଫଳ ହେଲା ପରେ ସେକ୍ କାଦିର ତାଙ୍କୁ ଦୋକାନରେ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ତେବେ ଏହି ମାମଲାରେ ଅନ୍ୟ ୮ ଜଣ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ସରକାରୀ ଆଇନ୍ଜୀବୀ ମାନସ ରଞ୍ଜନ ବେହେରା। ଦୁର୍ଦ୍ଦାନ୍ତ ଅପରାଧୀ ତଥା ବିଗତ ଦିନର ଗ୍ୟାଙ୍ଗଷ୍ଟାର ହାଇଦରର ବଡ଼ ପୁଅ ହେଉଛି ସେକ୍ କାଦିର। କାଦିର ନାଁରେ ବିଭିନ୍ନ ଥାନାରେ ପ୍ରାୟ ୩୦ରୁ ଅଧିକ ମାମଲା ରହିଛି। ଧମକ ଚମକ ଦେବା, ଦାଦାବଟି ଆଦାୟ, ହତ୍ୟା ଧମକ, ଟେଣ୍ଡର ଫିକ୍ସିଂ, ବୋମାମାଡ଼, ଲୁଟ, ହତ୍ୟା ପ୍ରଭୃତି ମାମଲାରେ ସେକ କାଦିରର ସମ୍ପୃକ୍ତି ରହିଛି। ନିକଟରେ ହାଇଦରର ମୃତ୍ୟୁ ପରେ ନିଜ ବାପାର ଅନ୍ତେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ସେକ କାଦିର ଜାମିନ ପାଇଁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ।












Click it and Unblock the Notifications