ଆମେରିକାରେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ ଗୁଳି କରି ହତ୍ୟା

Goldy Brar Death News: ଆମେରିକାରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ମାଷ୍ଟରମାଇଣ୍ତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ ଗୁଳି କରି ହତ୍ୟା କରାଯାଇଛି । ବୁଧବାର ଏକ ଆମେରିକୀୟ ୱେବସାଇଟ୍ ଦାବି କରିଛି ଯେ, ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ ଗୁଳି କରି ହତ୍ୟା କରାଯାଇଛି ।

Goldy Brar Death News

ହେଲେ ଏହି ଖବରକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଆମେରିକା ମିଡିଆରେ ଦାବି କରାଯାଉଛି ଯେ, ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କ ମୃତ୍ୟୁ ହୋଇସାରିଛି । ଏକ ନ୍ୟୁଜ୍ ୱେବସାଇଟ୍ ଦାବି କରିଛି ଯେ, କିଛି ଦିନ ପୂର୍ବରୁ ୨ ଟି ଗୁଳି ବାଜିବା ଯୋଗୁଁ ଗୋଲ୍ଡି ବରାରଙ୍କ ମୃତ୍ୟୁ ଘଟିଛି ।

ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଆମେରିକାର ଫେୟାରମୋଣ୍ଟ ଏବଂ ହୋଲ୍ଟ ଆଭେନ୍ୟୁରେ ଗୋଲଡି ବରାରକୁ ଗୁଳି ହତ୍ୟା କରାଯାଇଛି । ଆମେରିକୀୟ ସମୟ ଅନୁସାରେ, ସଂଧ୍ୟା ୫ଟାରେ ଏହି ଘଟଣା ଘଟିଛି । ଦାବି କରାଯାଉଛି ଯେ, ଗୋଲଡି ବରାର ନିଜର ଜଣେ ବନ୍ଧୁଙ୍କ ଘର ବାହାରେ ଠିଆ ହୋଇଥିବା ବେଳେ ତାଙ୍କ ଉପରେ ଗୁଳି ମାଡ଼ କରାଯାଇଥିଲା । ଗୋଲ୍ଡି ବରାରଙ୍କ ହତ୍ୟା ପାଇଁ ଡାଲା ଲଖବୀର ନିଜକୁ ଦାୟି କରିଥିବା ନେଇ ସୂଚନା ରହିଛି ।

ଏହି ୱେବସାଇଟ୍ ଆହୁରି ଦାବି କରିଛି ଯେ, କିଛି ଦିନ ପୂର୍ବରୁ ସେଣ୍ଟ୍ରାଲ ଫାରଜୋନାରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା, ଯେଉଁଥିରେ ଗୋଲଡି ବରାର ମଧ୍ୟ ସାମିଲ ଥିଲେ । ଏହି ଆକ୍ରମଣରେ ଆହତ ଯୁବକଙ୍କୁ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଥିଲା, କିନ୍ତୁ ଡାକ୍ତରଖାନାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୨୨ ମେ ୨୦୨୨ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଯେଉଁଥି ପାଇଁ ଗୋଲ୍ଡି ବରାର ନିଜକୁ ଦାୟି କରିଥିଲା । ଏଥିପାଇ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ମଧ୍ୟ ଜାରି କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+