ଠକ ତାନ୍ତ୍ରିକ କୈଫି ଖାନର ରହିଛି ୮୦ଟି ବ୍ୟାଙ୍କ ଆକାଉଣ୍ଟ

କଟକ: ଆସନ୍ତାକାଲି ସରୁଛି ଠକ ମୌଲାନା କୈଫି ଖାନର ରିମାଣ୍ଡ ଅବଧି । ଆଉ ଆଜି ସିନ୍ ରିକ୍ରିଏସନ୍ କରିଛି ମଙ୍ଗଳାବାଗ ଥାନା ପୋଲିସ । ଠକ କୈଫିକୁ ନେଇ କଟକ ସଦରର ପୀର ବଜାରରେ ପହଞ୍ଚିଥିଲା ପୋଲିସ । ଆଉ ସେଠାରେ ହୋଇଥିଲା ସିନ୍ ରିକ୍ରିଏସନ ।

ସେପଟେ କୈଫି ଖାନର ୮୦ଟି ଆକାଉଣ୍ଟ ଠାବ ହୋଇଛି । ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି । କଟକ ସହରର ବିଭିନ୍ନ ବ୍ୟାଙ୍କରେ ରହିଛି କୈଫିର ଏସବୁ ଆକାଉଣ୍ଟ । ସେହିପରି ସାହାରା ଇଣ୍ଡିଆରେ ଫିକ୍ସ ଡିପୋଜିଟ ରହିଛି । ସେ ସବୁ ଆକାଉଣ୍ଟକୁ ଫ୍ରିଜ କରାଯାଇଛି ।

Fraud Kaifi Khan

ଏହା ସହ ଏଲଆଇସିରେ ବର୍ଷକୁ ସେ ଲକ୍ଷ ଲକ୍ଷ ଟଙ୍କା ପ୍ରିମୟମ ଦେଉଥିବା ଜଣାପଡିଛି । ମୋଟ ୩ଟି ଫିକ୍ସ ଡିପୋଜିଟ୍ ବଣ୍ଡ ଜବତ ହୋଇଛି । ସେ ବର୍ଷକୁ ଯଥାକ୍ରମେ ଲକ୍ଷେ ୯୩ ହଜାର, ଲକ୍ଷେ ୧୪ ହଜାର, ୪ ଲକ୍ଷ ୮ ହଜାର ଟଙ୍କା ପ୍ରିମିୟମ ଦେଉଥିଲା । ମଚ୍ୟୁରିଟି ପାଇବା ପରେ ସେ ଏହି ଫିକ୍ସ ଡିପୋଜିଟ୍‌ରୁ ସୁଧମୂଳ ସହ ଯଥାକ୍ରମେ ୨୫ ଲକ୍ଷ, ୧୬.୮୦ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ପାଇଥାନ୍ତା । ସେ ସବୁ କାଗଜପତ୍ର ଜବତ କରାଯାଇଛି ।

ସେପଟେ ଲୋକଙ୍କୁ ଲୁଟି ଅର୍ଜିତ କଳା ଧନରେ ଅଏସ କରୁଥିଲା କୈଫି ଖାନ୍। ଦାର୍ଜେଲିଂ, ମନାଲି,ବରେଲି ଓ ଆଜମେର ଆଦି ବୁଲି ତାରକା ହୋଟେଲରେ ରହୁଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏସବୁ ସ୍ଥାନ ବୁଲିବା ପାଇଁ କେବଳ ଫ୍ଲାଇଟ ଟିକଟ ବାବଦରେ କୈଫି ଖାନ୍ ଖର୍ଚ୍ଚ କରିଛି ୧୪ଲକ୍ଷ ଟଙ୍କା । କଟକର ଏହି ମହାଠକର ଚେର ଓଡ଼ିଶା ବାହାରେ ବି ଲମ୍ବିଛି । ରାଜ୍ୟ ବାହାରେ ଲିଙ୍କ୍ ଖୋଜିବାକୁ ପୋଲିସ କୋଲକାତା ଯିବ ବୋଲି ସୂଚନା ମିଳିଛି ।

ସେହିପରି ସାଲେପୁର ଅଞ୍ଚଳର ପାଗା ଠାରେ ଏକ ଜମି ମଧ୍ୟ ଆଜି ଠାବ ହୋଇଛି । ଏହି ଜମି ତା' ବାପାଙ୍କ ନାଁରେ ରହିଛି । ସେ ବ୍ୟବହାର କରୁଥିବା ଗୋଟାଏ ବୁଲେଟ୍, ଗୋଟାଏ ଦାମୀ ସ୍ପିଡ୍ ବାଇକ୍, ଗୋଟାଏ ସ୍କୁଟର ଓ ଗୋଟିଏ ଦାମୀ କାର୍‌କୁ ଜବତ କରାଯାଇଛି । ୨୦୨୨ରେ ସେ ୪ଟି କାର୍‌ ବିକ୍ରି କରିବା ପରେ ନୂଆ କାର୍‌ ଓ ମୋଟର ସାଇକେଲ କିଣିଛି ।

ସୂଚନାଥାଉ କି, ଠକ କୈଫ ଲୋକଙ୍କୁ ମାଟି ତଳୁ ଗୁପ୍ତ ଧନ ମିଳିବାର ବିଭିନ୍ନ ପ୍ରଲୋଭନ ଦେଇ ଲକ୍ଷାଧିକ ଟଙ୍କା କୌଶଳ କ୍ରମେ ଠକେଇ କରୁଥିଲା । ଏନେଇ ତା' ନାମରେ କଟକର ବିଭିନ୍ନ ଥାନାରେ ପ୍ରାୟ ୫ଟି ମାମଲା ରୁଜୁ ହୋଇଥିବା ବେଳେ ୧୪ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+