ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରି ପୋତିଦେଲେ !
Koraput News: ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରି ପୋତି ଦେଲେ ଦୃବୁତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ତ ଘଟିଥିବା କୁହାଯାଉଛି । ଏପରି ଘଟଣା କୋରାପୁଟ ଜିଲ୍ଲା ନାରାୟଣାପାଟଣା ଥାନ ଅନ୍ତର୍ଗତ ତଳଗୁମାଣ୍ତି ଗାଁରେ ଘଟିଛି । ମୃତକ ହେଲେ ପୂର୍ବତନ ସରପଞ୍ଚ ଶିଙ୍ଗୁରୁ ତାଡିଙ୍ଗି । ତେବେ ରାତିରେ ବିଲକୁ ଯାଇଥିବା ବେଳେ ତାଙ୍କ ହତ୍ୟା କରାଯାଇଥିବା ନେଇ ଦାବି କରାଯାଉଛି ।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶିଙ୍ଗୁରୁ ତାଡିଙ୍ଗି ରାତିରେ କ୍ଷେତକୁ ଯାଇଥିଲେ ହେଲେ ସକାଳ ପର୍ଯ୍ୟନ୍ତ ସେ ଆଉ ଘରକୁ ଫେରି ନଥିଲେ । ପରେ ସମସ୍ତେ ଖୋଜାଖୋଜି କରିବା ବେଳେ ବିଲରୁ ତାଙ୍କ ମୃତ ଦେବ ଉଦ୍ଧାର କରାଯାଇଥିଲା । ଯାହା ପରେ ଥାନାରେ ଅଭିଯୋଗ ପରେ ଲକ୍ଷ୍ମୀପୁର ପୋସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପ୍ରଥମିକ ତଦନ୍ତ ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି । ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।












Click it and Unblock the Notifications