ମାତ୍ର ୫୦୦ଟଙ୍କା ପାଇଁ ହତ୍ୟା ,କଟା ମୁଣ୍ଡ ଧରି ଆତ୍ମସମର୍ପଣ କଲା ଅଭିଯୁକ୍ତ
Assam: For ₹500 man Beheads Villager And Surrendered At Police Station With Sliced Head .ମାତ୍ର ୫୦୦ଟଙ୍କା ପାଇଁ ହତ୍ୟା ,କଟା ମୁଣ୍ଡ ଧରି ଆତ୍ମସମର୍ପଣ କଲା ଅଭିଯୁକ୍ତ
ଆସାମ: ମାତ୍ର ୫୦୦ଟଙ୍କା ପାଇଁ ହତ୍ୟା । ଫୁଟବଲ୍ ମ୍ୟାଚରୁ ଆରମ୍ଭ ହୋଇଥିଲା ଝଗଡ଼ା । ପ୍ରଥମେ ହତ୍ୟା ତାପରେ କଟାମୁଣ୍ତ ଧରି ୨୫କି.ମି ଚାଲି ଚାଲି ଥାନାରେ ପହଁଚି ଆତ୍ମସମର୍ପଣ କଲେ ଅଭିଯୁକ୍ତ । ଏପରି ଘଟଣା ଉତ୍ତର ଆସାମର ସୋନିଟପୁରରେ ଦେଖିବା ପାଇଁ ମିଳିଛି ।

ସ୍ୱାଧୀନତା ଦିବସ ଅବସରରେ ସୋନିଟପୁର ଜିଲ୍ଲାରେ ଏକ ଫୁଟ୍ବଲ୍ ମ୍ୟାଚର ଆୟୋଜନ କରାଯାଇଥିଲା । ଦୁଇ ଦଳ ମଧ୍ୟରୁ ଗୋଟିଏ ଟିମକୁ ଟୁନିରାମ୍ ମଦ୍ରି ସମର୍ଥନ କରୁଥିବାବେଳେ ହେମରାମ ଅନ୍ୟ ଫୁଟବଲ୍ ଦଳର ପ୍ରଶଂସକ ଥିଲା । ଉଭୟଙ୍କ ମଧ୍ୟ ମ୍ୟାଚକୁ ନେଇ ୫୦୦ଟଙ୍କାର ସର୍ତ ଲାଗି ଥିଲା । ଉଭୟ ବନ୍ଧୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ସେମାନଙ୍କ ଦଳ ଜିତେ ତେବେ ଅନ୍ୟକୁ ୫୦୦ ଟଙ୍କା ଦେବାକୁ ପଡିବ । ମ୍ୟାଚ୍ ଶେଷ ପରେ ହେମରାସ ସମର୍ଥନ କରୁଥିବା ଦଳର ବିଜୟ ହୋଇଥିଲା । ସର୍ତ ଅନୁସାରେ ହେମରାମ ଟୁନିରାମଙ୍କୁ ମାଗିଥିଲେ ଟଙ୍କା । ହେଲେ ସେ ତାଙ୍କୁ ପଇସା ଦେଇ ନଥିଲେ । ବଦଳରେ ନିଜ ବନ୍ଧୁଙ୍କର ହତ୍ୟା କରିଥିଲେ ।
ହେମରାମକୁ ହତ୍ୟା କରିବା ପରେ ଅଭିଯୁକ୍ତ ଟୁନିରାମ କଟା ମୁଣ୍ଡ ଧରି ପ୍ରଥମେ ନିଜ ଘରେ ପହଞ୍ଚିଥିଲା । ଏହାପରେ ସେ ସେ ୨୫ କି.ମି. ଚାଲି ପୋଲିସ୍ ଷ୍ଟେସନରେ ପହଁଚି ଆତ୍ମସମର୍ପଣ କରିଥିଲା । ଏହା ସହ ଆକ୍ରମଣ କରିଥିବା ମାରଣାସ୍ତ୍ରରେ ମଧ୍ୟ ସେ ସାଥିରେ ନେଇଥିଲା । ଅଧିକ ପଚରାଉଚରା ପାଇଁ ଟୁନିରାମକ ଅଟକ ରଖାଯାଇଛି । ଏବେ ଘଟଣାର ତଦନ୍ତ ଜାରି ରହିଛି ।












Click it and Unblock the Notifications