ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଲୁଟ୍: ଫାୟାରିଂ କରି ସୁନା ଦୋକାନରୁ ଲୁଟିଲେ
ଦିନ ଦ୍ୱିପ୍ରହରରେ ରାଜଧାନୀରେ ଥିବା ଏକ ଜୁଏଲାରୀରୁ ଲକ୍ଷାଧୀକ ଟଙ୍କାର ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ।
ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ରାଜଧାନୀରେ ଥିବା ଏକ ଜୁଏଲାରୀରୁ ଲକ୍ଷାଧୀକ ଟଙ୍କାର ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ। କେବଳ ସେତିକି ନୁହେଁ ଫାୟାରିଂ କରି ଚମ୍ପଟ୍ ବି ମାରିଲେ । ଭୁବନେଶ୍ୱର ଉପକଣ୍ଠ ଯାଆଁଳରେ ଘଟିଛି ଏପରି ଅଭାବନୀୟ କାଣ୍ଡ।

ଆଜି ପ୍ରାୟ ମଧ୍ୟାହ୍ନ ସମୟରେ ଯାଆଁଳ ଫାଣ୍ଠି ନିକଟରେ ଥିବା ସାଗରିକା ଜୁଏଲାରୀ ନିକଟରେ ୨ ଦୁର୍ବୃତ୍ତ ଏକ ବାଇକ୍ରେ ପହଞ୍ଚିଥିଲେ। ଉଭୟ ଜୁଏଲାରୀରେ ପ୍ରବେଶ କରି କିଛି କେମିକାଲ ସ୍ପ୍ରେ କରି ସୁନା ଗହଣା ଲୁଟିବା ଆରମ୍ଭ କରିଥିଲେ। ଏହି ସମୟରେ ମାଲିକଜଣକ ସାଇରନ ବଟମ୍ ମାରିଦେବାରୁ ଆଖପାଖ ଲୋକ ଦୌଡ଼ି ଆସିଥିଲେ। ଏହା ଦେଖି ୨ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ବନ୍ଧୁକ ଧରିଥିବା ବେଳେ ଫାୟାରିଂ କରିବା ଆରମ୍ଭ କଲା। ଲୋକେ ଭୟଭୀତ ହୋଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ବେଳେ ଚମ୍ପଟ୍ ମାରିଛନ୍ତି ଲୁଟେରା ।
ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବର ଯେମିତି ଅପରାଧୀଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇଛି । ପ୍ରାୟ ପ୍ରତିଦିନ କିଛି ନା କିଛି ଅପରାଧ ସ୍ମାର୍ଟ ସିଟିରେ ଘଟୁଛି । ମୋବାଇଲ ଓ ସୁନା ଚେନ ଲୁଟ ପରି ଅପରାଧ ସାଧାରଣ ଘଟଣାରେ ପରିଣତ ହୋଇଛି । ଗୋଷ୍ଠୀ ସଂଘର୍ଷ ମଧ୍ୟ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । କିଛି ଦିନ ବ୍ୟବଧାନରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ଘଟଣା ମଧ୍ୟ ଘଟୁଛି ।












Click it and Unblock the Notifications