କାହିଁକି 13 ବର୍ଷିୟ ନାବାଳକକୁ ବିବାହ କଲେ ଶିକ୍ଷୟତ୍ରୀ ? କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ
ଜଳନ୍ଧରରେ ଥିବା ବାବା ଖେଲ ବସ୍ତି ଅଞ୍ଚଳରେ ଜଣେ ମହିଳା ଶିକ୍ଷକ ତାଙ୍କ 13 ବର୍ଷର ଛାତ୍ରଙ୍କୁ ବିବାହ କରିଛନ୍ତି
ପଞ୍ଜାବ : ବିଜ୍ଞାନ କ୍ଷେତ୍ରରେ ଆଜି ଅନେକ ଅଗ୍ରଗତି ସତ୍ତ୍ୱେ ଦେଶର ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି । ଏପରି ଏକ ଅନ୍ଧବିଶ୍ୱାସର ମାମଲା ପଞ୍ଜାବ ଜଲନନ୍ଧର ଠାରେ ଆସିଛି । ଜଳନ୍ଧରରେ ଥିବା ବାବା ଖେଲ ବସ୍ତି ଅଞ୍ଚଳରେ ଜଣେ ମହିଳା ଶିକ୍ଷକ ତାଙ୍କ 13 ବର୍ଷର ଛାତ୍ରଙ୍କୁ ବିବାହ କରିଛନ୍ତି । ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହାର କାରଣ ଏବେ ପଦାକୁ ଆସିଛି । ଶିକ୍ଷୟତ୍ରୀ ଜଣଙ୍କ ତାଙ୍କ 'ରାଶିଫଳ'ରେ ମାଙ୍ଗଳିକ ଦୋଷ 'ହଟାଇବାକୁ ଏପରି କରିଥିଲେ । ମହିଳା ଜଣକ ପୋଲିସ ଅଧିକାରୀଙ୍କୁ କହିଥିଲେ ଯେ 'ମାଙ୍ଗଳିକ ଦୋଷ' କାରଣରୁ ତାଙ୍କର ବିବାହ ହୋଇ ପାରୁନଥିଲା । ଫଳରେ ତାଙ୍କ ପରିବାର ଚିନ୍ତିତ ଥିଲେ ।
ଏହି 'ଦୋଷ'ରୁ ମୁକ୍ତି ପାଇବା ପାଇଁ ତାଙ୍କୁ ନାବାଳକ ସହିତ ସାଙ୍କେତିକ ବିବାହ କରିବାକୁ ପଡିବ ବୋଲି ପରିବାରର ପୁରୋହିତ ସେମାନଙ୍କୁ ପରାମର୍ଶ ଦେଇଥିଲେ । ପୁରୋହିତଙ୍କ ଏଭଳି ପରାମର୍ଶ ପରେ ସଂପୃକ୍ତ ଶିକ୍ଷୟତ୍ରୀ ଜଣଙ୍କ ପୁଅର ପିତାମାତାଙ୍କୁ କହିଥିଲେ ଯେ ପିଲାଟି ପାଠ ପଢା ପାଇଁ ତାଙ୍କ ଘରେ ଏକ ସପ୍ତାହ ରହିବାକୁ ପଡିବ । ଏହି ସମୟ ମଧ୍ୟରେ ସେ ଉକ୍ତ ନାବାଳକ ଜଣଙ୍କୁ ବିବାହ କରିଥିଲେ ।

ପରେ ଶିକ୍ଷୟତ୍ରୀ ଜଣଙ୍କ ଶଙ୍ଖା ଭାଙ୍ଗି ବିଧବା ବୋଲି ଦର୍ଶାଯାଇଥିଲା ଏବଂ ପରିବାର ମଧ୍ୟ ଏକ ଶୋକ ସଭାର ଆୟୋଜନ କରିଥିଲେ । କେବଳ ଏତିକି ନୁହେଁ, ଏହି ସପ୍ତାହରେ ଘର କାମ ମଧ୍ୟ ନାବାଳକ ଦ୍ୱାରା କରାଯାଇଥିଲା । ବାବା ବସ୍ତି ଖେଳ ବସ୍ତିର ପୋଲିସ ଷ୍ଟେସନର ଷ୍ଟେସନ ହାଉସ ଅଧିକାରୀ ଗଗନଦୀପ ସିଂଙ୍କ କହିବା ଅନୁସାରେ, ପୁଅର ପିତାମାତା ଅଭିଯୋଗ କରିଥିଲେ, କିନ୍ତୁ ଉଭୟ ପକ୍ଷ ମଧ୍ୟରେ ଏକ ବୁଝାମଣା ହେବା ପରେ ଅଭିଯୋଗକୁ ପ୍ରତ୍ୟାହାର କରିନିଆଗଲା ।












Click it and Unblock the Notifications