ବାଇକରେ ଯାଉଥିବା ବେଳେ ବାପ-ପୁଅଙ୍କୁ ଆଖିବୁଜା ଗୁଳିମାଡ଼

ବାପ-ପୁଅଙ୍କୁ ଆଖିବୁଜା ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପ-ପୁଅ ଗୁରୁତର ହୋଇଥିବାର ସୂଚନା ମିଳିଛି । ବାଇକ୍‌ରେ ଯାଉଥିବା ବେଳେ ସ୍ଥାନୀୟ ସିନାପାଲି ରାବଣ ଛକରେ ଫାୟାରିଂ ହୋଇଛି ।

ନୂଆପଡ଼ା: ବାପ-ପୁଅଙ୍କୁ ଆଖିବୁଜା ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପ-ପୁଅ ଗୁରୁତର ହୋଇଥିବାର ସୂଚନା ମିଳିଛି । ବାଇକ୍‌ରେ ଯାଉଥିବା ବେଳେ ସ୍ଥାନୀୟ ସିନାପାଲି ରାବଣ ଛକରେ ଫାୟାରିଂ ହୋଇଛି । ତେବେ ବାପପୁଅଙ୍କ ପରିଚୟ ମିଳିନାହିଁ ।

shot

ଆଜି ସକାଳେ ବାପପୁଅ ବାଇକ୍‌ରେ ଯାଉଥିବା ବେଳେ ପଛୁରୁ ଏକ କାର୍‌ ଆସୁଥିଲା। ସିନାପାଲି ରାବଣ ଛକରେ କାର୍‌ରେ ଥିବା ଦୁର୍ବୃତ୍ତମାନେ ବାପାପୁଅଙ୍କୁ ୨ ରାଉଣ୍ଡ ଗୁଳି ଚାଳନା କରି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ାକୁ ସ୍ଥାନାନ୍ତର କରାଯାଇଛି । କାରରେ କେତେ ଜଣ ଦୁର୍ବୃତ୍ତ ଥିଲେ ତାହା ଜଣାପଡ଼ି ନାହିଁ । ବାପା-ପୁଅଙ୍କୁ କାହିଁକି ଦୁର୍ବୃତ୍ତମାନେ ଗୁଳିଚାଳନା କଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ବାଇକ୍‌ ଜବତ କରି ଘଟଣାର ତଦନ୍ତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+