ବାପାର ହତ୍ୟା କଲେ ଦୁଇ ନୃଶଂସ ପୁଅ
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣିବେର୍ଣ୍ଣା ଗାଁରେ । ଦୁଇ ଭାଇ ମିଶି ନିଜ ବାପାଙ୍କୁ ହତ୍ୟା କରିଛନ୍ତି । ମୃତକ ହେଲେ ମାଙ୍ଗରା ଭୁମିଜ ।
ସୁନ୍ଦରଗଡ଼: ପୁଅ ଜନ୍ମ ହେଲେ ଘରେ ଖୁସିର ଲହରୀ ଖେଳିଯାଏ । ପରିବାରକୁ ଆଗକୁ ନେବ ଓ ମଲା ପରେ ଟିକେ ବାପା ମାଆଙ୍କ ମୁହଁରେ ନିଆଁ ଦେବ। ହେଲେ କଳିଯୁଗର ନୃଶଂସ ପୁଅ ବାପାର ହତ୍ୟା କରିବା ପାଇଁ ପଛାଉ ନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣିବେର୍ଣ୍ଣା ଗାଁରେ । ଦୁଇ ଭାଇ ମିଶି ନିଜ ବାପାଙ୍କୁ ହତ୍ୟା କରିଛନ୍ତି । ମୃତକ ହେଲେ ମାଙ୍ଗରା ଭୁମିଜ ।
ସୂଚନା ଅନୁସାରେ ମାଙ୍ଗରା ଭୁମିଜ ପ୍ରଥମ ସ୍ତ୍ରୀ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କର ଦୁଇ ପୁଅ ରହିଛି । ଦ୍ୱିତୀୟ ବିବାହ ପରେ ମଙ୍ଗରା ଓ ତାଙ୍କ ଦୁଇ ପୁଅଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଲାଗିରହୁଥିଲା ପାଟିତୁଣ୍ଡ। ତେବେ ଶୁକ୍ରବାର ରାତିରେ ବାପ ପୁଅଙ୍କ ଭିତରେ ଝଗଡା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଦୁଇ ପୁଅ କାଠ ଫାଳିଆରେ ପିଟି ପିଟି ତାଙ୍କ ବାପାଙ୍କୁ ହତ୍ୟା କରିଥିଲେ । ଏତିକିରେ ରାଗ ଶାନ୍ତ ହୋଇନଥିଲା ଯେ ଦୁଇ ପୁଅ ବାପା ଉପରେ ସ୍କୁଟି ଚଢ଼ାଇ ଦେଇଥିଲେ । ଫଳରେ ମାଙ୍ଗରାଙ୍କର ମୃତ୍ୟୁ ଘଟିଥିଲା ।
ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ରାଉରକେଲା ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଲହୁଣିପଡ଼ା ପଠା ଯାଇଛି ।












Click it and Unblock the Notifications