ନାବାଳିକା ପୁଅ-ଝିଅଙ୍କୁ ମାଡ଼ ମାରିବା ଘଟଣା: ବାପା ଓ ସାବତ ମା’ଙ୍କୁ ଗିରଫ କଲା ଆଠଗଡ଼ ପୋଲିସ

ନାବାଳିକା ପୁଅ-ଝିଅଙ୍କୁ ମାଡ଼ ମାରିବା ଘଟଣାରେ ବାପା ଓ ସାବତ ମା'ଙ୍କୁ ଗିରଫ କରିଛି ଆଠଗଡ଼ ପୋଲିସ । ସେପଟେ ଏବେବି ୨ ଶିଶୁଙ୍କର ଚିକିତ୍ସା ଜାରି ରହିଛି । ପୁଅ ଓ ଝିଅଙ୍କ ମଧ୍ୟରୁ ଝିଅର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାକୁ ଅଧିକ ପରୀକ୍ଷା ଓ ଚିକିତ୍ସା ପାଇଁ ବୁଧବାର କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ଗତ ୩୦ ତାରିଖରେ ପୁଅ ସୌରଭ ଓ ଝିଅ ସୌମ୍ୟାଶ୍ରୀକୁ ସାବତ ମା' ପୁଷ୍ପଲତା ପ୍ରବଳ ମାଡମାରି ଗୁରୁତର ଆହତ କରିଥିଲେ । ଆଉ ପାରେ ଆହତ ଦୁଇ ନାବାଳକ ପିଲା ଘରୁ ଭୟରେ ପଳାଇ ଆସିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପୁଲିସକୁ ସୂଚନା ଦେଇଥିଲେ ।

ପୁଲିସ ସାବତ ମା' ପୁଷ୍ପଲତା ଓ ବାପା ସୁନିଲଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଚିକିତ୍ସାଧୀନ ଅବସ୍ଥାରେ ପୁଅ ସୌରଭଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବାବେଳେ ଝିଅ ସୌମ୍ୟାଶ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବୁଧବାର କଟକ ସ୍ଥାନାନ୍ତରିତ କରାଯାଇଛି ।

FATHER_MOTHER_ARREST

ମାଡ଼ ଓ ନିର୍ଯ୍ୟାତନା ଦେଵା ଘଟଣାରେ ଦୁଇ ନାବାଳକଙ୍କ ଜନ୍ମିତ ମା' ସୁହାସିନୀ ନନ୍ଦଙ୍କ ଏତଲାକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିଥିଲା। ବାପା ସୁନୀଲ ନିଜର ବୋଲେରୋ ଗାଡ଼ିରେ ଭଡା ନେଇ ବାହାରକୁ ଯାଉଥିବା ଵେଳେ ସାବତ ମାଆ ଶିଶୁ ଦୁଇ ଜଣଙ୍କୁଙ୍କୁ ନିର୍ଯ୍ୟାତନା ଦେଉଥିଲେ ବୋଲି ସୁହାସିନୀ ଅଭିଯୋଗ କରିଥିଲେ।

ସୂଚନା ଯୋଗ୍ୟ, ବାଙ୍କୀ ଥାନା ଅନ୍ତର୍ଗତ ପାର୍ଥପୁରର ସୁନୀଲ ୨୦୦୮ରେ ଖୋର୍ଦ୍ଧା ଜିଲ୍ଲା ଚାନ୍ଦପୁରର ସୁହାସିନୀଙ୍କୁ ବୈଦିକ ରୀତିର ବିବାହ କରିଥିଲେ। ସେମାନଙ୍କର ୩ଟି ସନ୍ତାନ ଥିଲେ । ପରେ ସେ ଆଉଥରେ ବାହା ହୋଇଥିଲେ । ସୁହାସିନୀ ଏହାକୁ ବିରୋଧ କରିବାରୁ ସୁନୀଲ ସୁହାସିନୀଙ୍କୁ ଆକ୍ରମଣ କରି ବାପ ଘରକୁ ବିଦା କରିଦେଇଥିଲେ ତାଙ୍କର ଛାଡ଼ପତ୍ର ମାମଲା ଜାରି ରହିଛି। ସାନଝିଅ ସୁହାସିନୀଙ୍କ ପାଖରେ ଥିବା ବେଳେ ପୁଅ ଓ ବଡ଼ଝିଅ ବାପା ଓ ସାବତ ମା' ପାଖରେ ରହୁଥିଲେ ବୋଲି ଜଣାପଡିଛି ।

ବାଙ୍କୀ ଥାନା ଅଧିନ ପାଥପୁର ଗ୍ରାମର ସୁନିଲ କୁମାର ନନ୍ଦ ଷୋଳଘରିଆ ଗ୍ରାମରେ ପ୍ରଥମ ପତ୍ନୀଙ୍କ ୨ ପୁଅ ଝିଅ ଏବଂ ୨ୟ ପତ୍ନୀଙ୍କ ସହ ଭଡାଘର ନେଇ ରହୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+