ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ: ମୋବାଇଲ ଛଡେଇ ନେଇଗଲେ, ଲୁହା ରଡରେ ପିଟିଲେ
ମର୍ଣ୍ଣିଂୱାର୍କ ଯାଇଥିବା ସମୟରେ ଜଣେ ସାମ୍ବାଦିକଙ୍କୁ ଲୁଟେରାମାନେ ଆକ୍ରମଣ କରିଛନ୍ତି । ରାଜଧାନୀର ଡେଲଟା ଛକରେ ଘଟିଛି ଏଭଳି ଘଟଣା । ଗୁରୁତର ସାମ୍ବାଦିକ ହେଲେ ସତ୍ୟ ସୁନ୍ଦର ଭଞ୍ଜ ।
ଭୁବନେଶ୍ୱର: ପୁଣି ରାଜଧାନୀରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ମର୍ଣ୍ଣିଂୱାର୍କ ଯାଇଥିବା ସମୟରେ ଜଣେ ସାମ୍ବାଦିକଙ୍କୁ ଲୁଟେରାମାନେ ଆକ୍ରମଣ କରିଛନ୍ତି । ରାଜଧାନୀର ଡେଲଟା ଛକରେ ଘଟିଛି ଏଭଳି ଘଟଣା । ଗୁରୁତର ସାମ୍ବାଦିକ ହେଲେ ସତ୍ୟ ସୁନ୍ଦର ଭଞ୍ଜ ।

ଡେଲଟାରେ ରହୁଥିବା ସତ୍ୟସୁନ୍ଦର ଆଜି ମର୍ଣ୍ଣିଂୱାର୍କ ଯାଇଥିବା ସମୟରେ ଦୁଇ ଜଣ ଯୁବକ ସ୍କୁଟିରେ ଆସି ସତ୍ୟଙ୍କୁ ମୋବାଇଲ ମାଗିଥିଲେ । ସତ୍ୟ ମନା କରିବା ପରେ ଲୁହା ରଡ଼ରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ସତ୍ୟ ପାଲଟା ଆକ୍ରମଣ ମଧ୍ୟ କରିଥିଲେ । ପରେ ଅନ୍ୟ ଉପାୟ ନପାଇ ନିଜ ମୋବାଇଲ ଦେଇଦେବାକୁ ବାଧ୍ୟ ହୋଇଥିଲେ। ମୋବାଇଲ ନେଇ ଘଟଣାସ୍ଥଳରୁ ଦୁଇ ଲୁଟେରା ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସାମ୍ବାଦିକ ସତ୍ୟ ଭଞ୍ଜଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ କମିସନରେଟ୍ ପୋଲିସ ଉକ୍ତ ଦୁଇ ଯୁବକଙ୍କୁ ଖୋଜୁଥିବା ଜଣାଯାଇଛି ।












Click it and Unblock the Notifications