ବିଡା ବିଡା ଜାଲ ନୋଟ୍ : ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କଲା STF
ବିଡା ବିଡା ଜାଲ ନୋଟ୍ ଜବତ୍ । ଲକ୍ଷାଧିକ ଟଙ୍କାର ଜାଲ ନୋଟ ଜବତ କଲା ଏସଟିଏଫ । ମୋଟ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଥିବା ସୂଚନା ମିଳିଛି । ପଡ଼ୋଶୀ ଛତିଶଗଡ଼ରୁ ଫେକ୍ ନୋଟ୍ ଆସିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ଗତକାଲି ରାତିରେ ଏହି ବିପୁଳ ପରିମାଣର ଜାଲ ନୋଟକୁ ଜବତ କରାଯିବା ନେଇ ସ୍ପଷ୍ଟ କରିଛି ଏସଟିଏଫ । ସୋନପୁରରୁ ଜଣେ ଅଭିଯୁକ୍ତ ଦୀପକ ମେହେରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଦୀପକ ପାଖରୁ l ଫେକ୍ ନୋଟ୍ ଜବତ ହୋଇଛି ।
ସୋନପୁର ଅଞ୍ଚଳର ଉଲୁଣ୍ଡାରେ ଗିରଫ ଅଭିଯୁକ୍ତ ଦୀପକ ମେହରର ଘର । ତେବେ କେମିତି ଆସିଲା ଏତେ ଫେକ୍ ନୋଟ୍ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଜବତ ହୋଇଥିବା ଫେକେ ନୋଟ୍ ହାଇ କ୍ୱାଲିଟିର କି ନୁହେଁ ପରୀକ୍ଷା କରାଯିବ । ପଶ୍ଚିମବଙ୍ଗ ମେଦିନାପୁରର ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରଣକୁ ଏହି ସବୁ ଫେକ୍ ନୋଟ୍ ପଠାଯିବ ।
ଏଥିରେ ଥିବା ଗାନ୍ଧିଙ୍କ ଫଟୋ, ସିଗ୍ନେଚର ସମେତ ଅନ୍ୟାନ୍ୟ ମୁଦ୍ରଣ ଶୈଳୀକୁ ପରୀକ୍ଷା କରାଯିବ । ତେବେ ଯଦି, ଏହା ହାଇ-କ୍ୱାଲିଟି ବାହାରିବ, ତେବେ ଅଭିଯୁକ୍ତ ବିରୋଧରେ UAPA ଆଇନ୍ ଲାଗୁ ସହ NIAକୁ ଅବଗତ କରାଯିବ ।
ଏହି ଜାଲ ନୋଟ ରାକେଟ ସହ ଆଉ କିଛି ଅପରାଧୀଙ୍କ ସମ୍ପୃକ୍ତି ଥିବା ନେଇ ଅନୁମାନ କରାଯାଉଛି । ଗିରଫ ହେବା ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି ।
ଫେକ୍ ନୋଟ୍ ବିରୋଧରେ କ୍ରାଇମବ୍ରାଞ୍ଚ ଚାଲିଥିବା ଅଭିଯାନରେ ଏଯାଏଁ ଏକ କୋଟି ୧୯ ଲକ୍ଷରୁ ଅଧିକ ଫେକ୍ ନୋଟ୍ ଜବତ ହୋଇଛି । ତେବେ ପ୍ରଶ୍ନ ଏତେ ଫେକ ନୋଟ୍ କେମିତି ତିଆରି ହେଲା ? ଆଉ ଏସବୁ ପଛରେ କାହାର ହାତ ରହିଛି ?
ସେହିପରି ଘଟଣାସ୍ଥଳରୁ ଜାଲ ନୋଟ ପ୍ରସ୍ତୁତ ସରଞ୍ଜାମ ମଧ୍ୟ ଜବତ କରାଯାଇଛି । ତେବେ ଜବତ ନୋଟଗୁଡିକ ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ରିଜର୍ଭ ବ୍ୟାଙ୍କ ମୁଦ୍ରଣ ପ୍ରେସରୁ ପରୀକ୍ଷା ହୋଇ ଆସିଲା ପରେ ସବୁ ସ୍ପଷ୍ଟ୍ ହେବ ବୋଲି ଆଶା କରାଯାଉଛି ।












Click it and Unblock the Notifications