କଟକରେ ପୁଣି ନକଲି ଔଷଧ: ନକଲି O2 ବିକ୍ରି ଅଭିଯୋଗରେ ଗିରଫ ହେଲେ ବ୍ୟବସାୟୀ

କଟକରୁ ନକଲି ଔଷଧ ଜବତ । ନକଲି ଝାଡା ଔଷଧ (ଓ-୨) ବିକ୍ରି ଅଭିଯୋଗରେ ଗିରଫ ହୋଇ ଜେଲ୍ ଗଲେ ବ୍ୟବସାୟୀ ବିଜୟ ଅଗ୍ରୱାଲ। କଟକ ଚାଉଳିଆଗଞ୍ଜରେ ଓ-୨ ଔଷଧର ଡିଷ୍ଟ୍ରିବ୍ୟୁଟର ରହିଛନ୍ତି ।

Fake Medicine in Cuttack

କଟକ: କଟକରୁ ନକଲି ଔଷଧ ଜବତ । ନକଲି ଝାଡା ଔଷଧ (ଓ-୨) ବିକ୍ରି ଅଭିଯୋଗରେ ଗିରଫ ହୋଇ ଜେଲ୍ ଗଲେ ବ୍ୟବସାୟୀ ବିଜୟ ଅଗ୍ରୱାଲ । କଟକ ଚାଉଳିଆଗଞ୍ଜରେ ଓ-୨ ଔଷଧର ଡିଷ୍ଟ୍ରିବ୍ୟୁଟର ରହିଛନ୍ତି । କିନ୍ତୁ ଅଧିକ ଲାଭ ଆଶାରେ ସେ ରାଜ୍ୟ ବାହାରୁ ଏସବୁ ଔଷଧ ଆଣୁଥିଲେ ବୋଲି କହିଛନ୍ତି ।

ଗତକାଲି ୨ ଲକ୍ଷ ନକଲି 'ଓ-୨' ଔଷଧ ଜବତ କରାଯାଇଥିଲା । ପ୍ରାୟ ୧୨ ଶହ ଷ୍ଟ୍ରିପ୍ ନକଲି 'ଓ-୨' ମେଡିସନ୍ ଜବତ ହୋଇଥିଲା । ଏହି ଔଷଧ ସବୁ ଦିଲ୍ଲୀ ମେରଟରୁ ଆସୁଥିବା ସୂଚନା ମଳିଛି । ଆବଶ୍ୟକ ପଡିଲେ ପୋଲିସକୁ ନେଇ ବାହାର ରାଜ୍ୟରେ ତଦନ୍ତ ପାଇଁ ଯିବେ ବୋଲି କହିଛନ୍ତି ଡ୍ରଗ୍ସ କଂଟ୍ରୋଲର । ପୂର୍ବରୁ ରକ୍ତଚାପ ଏବଂ ଗ୍ୟାସ୍ ନିୟନ୍ତ୍ରଣ ପାଇଁ ବ୍ୟବହୃତ ଔଷଧ ଜବତ ହୋଇଥିବା ବେଳେ ଏବେ ନକଲି 'ଓ-୨' ମେଡିସନ୍ ଜବତ ହେବା ପ୍ରଶାସନର ଚିନ୍ତା ବଢାଇଦେଇଛି ।

ମିଳିଥିବା ସୂଚନାନୁସାରେ, ଅଭିଯୁକ୍ତ ଅଗ୍ରୱାଲ ଗତବର୍ଷ ଜୁଲାଇରେ ପ୍ରାୟ ୫ ହଜାର ଷ୍ଟ୍ରିପ୍ ନକଲି ଓ-୨ ଔଷଧ ଆଣିଥିଲେ। ଦିଲ୍ଲୀସ୍ଥିତ ସଂସ୍ଥାରୁ ୩ ହଜାର ଷ୍ଟ୍ରିପ୍ ଓ ମିରଟ୍ ରୁ ୨ ହଜାର ଷ୍ଟ୍ରିପ୍ ଆଣିଥିଲେ। ପରେ ସେଗୁଡିକୁ କଟକ ଭୁବନେଶ୍ୱର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ଔଷଧ ଦୋକାନକୁ ବିକ୍ରି କରିଥିଲେ। ହେଲେ ଗତମାସ ସେପ୍ଟେମ୍ବରରେ ନକଲି ଔଷଧକୁ ନେଇ ଯେତେବେଳେ ଧରପଗଡ ହୋଇଥିଲା ସେତେବେଳେ ବିଜୟ ଅଗ୍ରୱାଲ ଭୟଭୀତ ହୋଇ କମ୍ ଲାଭରେ ଔଷଧ ଗୁଡିକୁ ବଜାରକୁ ବିକ୍ରି କରୁଥିଲେ ।

ହେଲେ ଏହାପରେ ୧୨ ଶହ ଷ୍ଟ୍ରିପ୍ ଓ-୨ ଔଷଧ ବଜାରରୁ ଫେରାଇ ଆଣିଥିଲେ। କିନ୍ତୁ ବାକି ୩ ହଜରା ୮ ଶହ ଷ୍ଟ୍ରିପ୍ ଔଷଧ ବଜାରରେ ରହିଥିଲା। ତେବେ ଏହି ଔଷଧ ମଧ୍ୟରୁ କେତେ ବିକ୍ରି ରହିଛି କିଏ ନେଇଛି ତାର ହିସାବ ନଥିବା ଜଣାପଡ଼ିଛି । ଯାହାକି ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଅଡୁଆରେ ପକାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+